*ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରମ୍ଭା ଠାରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ*
ରମ୍ଭା-:୨୮.୦୬.୨୦୨୬ -(ଶିବରାମ ଚୌଧୁରୀ )-ରିଖ ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ରମ୍ଭା ପରିସରରେ *ବୃକ୍ଷରୋପଣ ଓ ସାମାଜିକ ସଚେତନତା* କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ରୀ ନରସିଂହ ସୁବୁଦ୍ଧି, ସଂପାଦକ ଶ୍ରୀ ପ୍ରସନ୍ନ କୁମାର ମିଶ୍ର ତଥା ସମସ୍ତ ପରିଚାଳନା ସମିତି ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀ ସମେତ ଆମ ଅଞ୍ଚଳରେ ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ଏବଂ ଅନୁଷ୍ଠାନର ସମସ୍ତ ସେବାବ୍ରତୀ ଏବଂ ଶିଶୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଚରିତାର୍ଥ କରିବା ସହ ବୃକ୍ଷରୋପଣ କରିଛନ୍ତି I ବୃକ୍ଷ ରହିଲେ ଜୀବଜଗତ ରହିବ – ଏହି ସଂକ୍ରାନ୍ତରେ ବୁଦ୍ଧିଜୀବୀ ଶ୍ରୀ ବିଜୟକୁମାର ବିଶ୍ୱାଳ ଓ ସଭାପତି ଓ ସଂପାଦକ ବାର୍ତ୍ତା ଦେଇଥିବା ବେଳେ ଏହାର ଉପାଦେୟତା ସଂପର୍କରେ ଏବଂ ଦାୟିତ୍ଵ ଦିଗରେ ଆମର କର୍ତ୍ତବ୍ୟ ସଂପର୍କରେ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ଆଲୋକପାତ କରିଥିଲେ । ଶେଷରେ ମା’ ପାଇଁ ଗଛଟିଏ ଲଗାଇବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ ।
