ଥୁଆପାଲିରେ ‘ଏକ ପେଡ଼ ବେଟି କେ ନାମ’ ଅଭିଯାନ
ଲାୟନ୍ସ କ୍ଲବର ଅଭିନବ ପଦକ୍ଷେପ; କନ୍ୟା ସମ୍ମାନ ସହ ପରିବେଶ ସୁରକ୍ଷାର ବାର୍ତ୍ତା
(ରମେଶ ଅଗ୍ରୱାଲ.:ନିପ୍ର)
ଥୁଆପାଲି, ୨୭ ଜୁଲାଇ: ଲାୟନ୍ସ କ୍ଲବ ଅଫ ଥୁଆପାଲି ପକ୍ଷରୁ ଥୁଆପାଲି ଗ୍ରାମରେ ‘ଏକ ପେଡ଼ ବେଟି କେ ନାମ’ କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଥିଲା। କନ୍ୟା ସନ୍ତାନଙ୍କ ସମ୍ମାନ ଓ ପରିବେଶ ସୁରକ୍ଷାକୁ ଏକ ସୂତ୍ରରେ ବାନ୍ଧିଥିବା ଏହି ଅଭିନବ କାର୍ଯ୍ୟକ୍ରମରେ ଗ୍ରାମର ମାଆ ଓ ଶିଶୁମାନେ ଏକାଠି ହୋଇ ଚାରାରୋପଣ କରିଥିଲେ।
ପ୍ରତ୍ୟେକ କନ୍ୟାଙ୍କ ନାମରେ ଏକ ଗଛ ଲଗାଇ ସମାଜକୁ ସବୁଜ ଭବିଷ୍ୟତ ଓ କନ୍ୟା ସଶକ୍ତିକରଣର ବାର୍ତ୍ତା ଦିଆଯାଇଥିଲା। ଆଜି ରୋପଣ କରାଯାଇଥିବା ପ୍ରତ୍ୟେକ ଗଛ ଆସନ୍ତାକାଲିର ସବୁଜ ପୃଥିବୀର ପ୍ରତୀକ ହୋଇଥିବା ବେଳେ, ପ୍ରତ୍ୟେକ କନ୍ୟାଙ୍କ ସମ୍ମାନ ଏକ ଉଜ୍ଜ୍ୱଳ ଭବିଷ୍ୟତର ଆଶା ବହନ କରୁଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାୟନ୍ସ କ୍ଲବ ଅଫ ଥୁଆପାଲିର ସଦସ୍ୟବୃନ୍ଦ, ସ୍ୱେଚ୍ଛାସେବୀ ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଉଲ୍ଲେଖନୀୟ ଥିଲା। ସେମାନଙ୍କର ଉତ୍ସାହ ଓ ଆନ୍ତରିକତା ପାଇଁ କ୍ଲବ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା।
ଏହି ଅବସରରେ ବକ୍ତାମାନେ କହିଥିଲେ, “ଜଣେ କନ୍ୟାଙ୍କ ନାମରେ ଏକ ଗଛ ଲଗାଇବା ଅର୍ଥ ହେଉଛି ଆଶା, ସମାନତା ଓ ସ୍ଥାୟୀ ଭବିଷ୍ୟତର ବୀଜ ବପନ କରିବା।” ସମସ୍ତଙ୍କୁ କନ୍ୟା ସନ୍ତାନଙ୍କ ସମ୍ମାନ ଓ ପରିବେଶ ସୁରକ୍ଷା ପାଇଁ ଏଭଳି ସାମାଜିକ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ
