ଲାୟନ୍ସ କ୍ଲବ ଅଫ ସମ୍ବଲପୁର ସିଲ୍କ୍ସର ‘ବ୍ୟାକ୍ ଟୁ ସ୍କୁଲ’ ସେବା ପ୍ରକଳ୍ପ .ସମ୍ବଲପୁର,
(ରମେଶ ଅଗ୍ରୱାଲ.:ନିପ୍ର)
୨୭ ଜୁଲାଇ: ଲାୟନ୍ସ କ୍ଲବ ଅଫ ସମ୍ବଲପୁର ସିଲ୍କ୍ସ ପକ୍ଷରୁ ସୋମବାର ବରେଇପାଲିସ୍ଥିତ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ‘ବ୍ୟାକ୍ ଟୁ ସ୍କୁଲ’ ସେବା ପ୍ରକଳ୍ପ ସଫଳତାର ସହ ଆୟୋଜିତ ହୋଇଥିଲା। ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହୀ କରିବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ପ୍ରତ୍ୟେକ ଶିଶୁଙ୍କୁ ଏକ ସ୍କୁଲ ବ୍ୟାଗ୍, ଷ୍ଟେସନେରୀ ସାମଗ୍ରୀ ସହ ପେନ୍ସିଲ ପାଉଚ୍, ବର୍ଷା ଋତୁ ପାଇଁ ଏକ ଛତା ଏବଂ ସ୍ନେହର ପ୍ରତୀକ ସ୍ୱରୂପ ଟଫି ବଣ୍ଟନ କରାଯାଇଥିଲା। ଉପହାର ପାଇ ଶିଶୁମାନଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା।
ଏହି ପ୍ରକଳ୍ପ ମାଧ୍ୟମରେ କେବଳ ଶିକ୍ଷା ଉପକରଣ ବଣ୍ଟନ ନୁହେଁ, ବରଂ ଶିଶୁମାନଙ୍କୁ ନିୟମିତ ବିଦ୍ୟାଳୟ ଯିବା ପାଇଁ ପ୍ରେରିତ କରିବା ଓ ସେମାନଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇବାର ବାର୍ତ୍ତା ଦିଆଯାଇଥିଲା। ଅଙ୍ଗନବାଡ଼ି କର୍ମଚାରୀମାନେ ଲାୟନ୍ସ କ୍ଲବର ଏହି ମହତ୍ କାର୍ଯ୍ୟକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ।
ଲାୟନ୍ସ କ୍ଲବ ଅଫ ସମ୍ବଲପୁର ସିଲ୍କ୍ସର ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ ଓ ସେବାଭାବ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। “We Serve” ମନ୍ତ୍ରକୁ ସାର୍ଥକ କରି ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ କ୍ଲବର ନିରନ୍ତର ପ୍ରତିବଦ୍ଧତାର ଏହା ଆଉ ଏକ ଉତ୍କୃଷ୍ଟ ଉଦାହରଣ ବୋଲି ମତ ପ୍ରକାଶ ପାଇଥିଲା।
ପିଏସ୍ଟି (PST) ଟିମ୍
