**ଖଡ଼ିଆଳ ବାର ହଲ୍ ଠାରେ ନୂଆପଡ଼ା ସି.ଜେ.ଏମ୍. ସୁଶାନ୍ତ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧନା, ନ୍ୟାୟପାଳିକା ଓ ଆଇନଜୀବୀଙ୍କ ସମନ୍ୱୟରେ ନ୍ୟାୟ ବ୍ୟବସ୍ଥା ସୁଦୃଢ଼ ହେବ ପ୍ରକାଶ**
ନୂଆପଡା(ମିଖାଏଲ ନନ୍ଦ) ତା:୨୭.୦୭.
ନୂଆପଡ଼ା ଜିଲ୍ଲାର ନବନିଯୁକ୍ତ ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କୁ ଖଡ଼ିଆଳ କୋର୍ଟକୁ ପ୍ରଥମ ଗସ୍ତ ଅବସରରେ ଖଡ଼ିଆଳ ଯୁଡିସିଆଲ ବାର ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି। ବାର ହଲ୍ରେ ଅନୁଷ୍ଠିତ ଏହି ସଭାରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରିଥିଲେ। ଯୁଡ଼ିଶିଆଲ ବାର ସଭାପତି ଗିରିଧାରୀ ବିଭାରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଆଇନଜୀବୀମାନେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ଗତିଶୀଳ, ଜନମୁଖୀ କରିବା ପାଇଁ ନ୍ୟାୟପାଳିକା ଓ ଆଇନଜୀବୀମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗର ଆବଶ୍ୟକତା ବୋଲି ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ସି.ଜେ.ଏମ୍. ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ଖଡ଼ିଆଳ ବାର ଆସୋସିଏସନ ପକ୍ଷରୁ ମିଳିଥିବା ଆନ୍ତରିକ ସମ୍ବର୍ଦ୍ଧନା ପାଇଁ କୃତଜ୍ଞତା ଜଣାଇଥିଲେ। ନ୍ୟାୟପାଳିକା ଓ ଆଇନଜୀବୀମାନଙ୍କ ମଧ୍ୟରେ ସୁସମ୍ପର୍କ ଏବଂ ସମନ୍ୱୟ ରହିବା ଜରୁରୀ ଅଟେ।ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଆଇନଜୀବୀ ସାରଦା ଚନ୍ଦ୍ର ପଣ୍ଡା, ଶିବ ପ୍ରସାଦ ମେହେର, ଭବେଶ ପାଣିଗ୍ରାହୀ, ଚିତ୍ତରଞ୍ଜନ ସିଂଦେଓ, ସଞ୍ଜୟ କୁମାର ମହାଉତି, ପୂର୍ଣ୍ଣଚନ୍ଦ୍ର ମେହେର, ବାଞ୍ଛାନିଧି ବେହେରା, ଆଦିତ୍ୟ ନାରାୟଣ ମହାପାତ୍ର, ବାରର କୋଷାଧ୍ୟକ୍ଷ ଜୟପ୍ରକାଶ ପଣ୍ଡା, ଟିକେଶ୍ୱର ବେହେରା, ଶାମ୍ବ କୁମାର ସରାଫ, ତୁଷାରକାନ୍ତ ମେହେର, କେତନ ବେହେରାଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହି ନବନିଯୁକ୍ତ ସି.ଜେ.ଏମ୍.ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।କାର୍ଯ୍ୟକ୍ରମ ଶେଷରେ ଯୁଡିସିଆଲ ବାର ଆସୋସିଏସନର ସମ୍ପାଦକ ମନୋରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
