*ଲୋୟର ଇନ୍ଦ୍ର ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ:*
ନୂଆପଡା(ମିଖାଏଲ ନନ୍ଦ)
ତା-୨୭/୦୭
ନୂଆପଡା ଜିଲ୍ଲାର ତିଖାଳି ଲୋୟର ଇନ୍ଦ୍ର ଜଳଭଣ୍ଡାର ରେ ଲଗାତାର ବର୍ଷା ଯୋଗୁଁ ଲୋୟର ଇନ୍ଦ୍ର ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଜଳ ନିୟନ୍ତ୍ରଣ ପାଇଁ ଆଜି ଅପରାହ୍ନ ୪ଟାରୁ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ବନ୍ୟାଜଳ ନିଷ୍କାସନ କରାଯାଇଛି।ଲୋୟର ଇନ୍ଦ୍ର କେନାଲ ଡିଭିଜନ, ଖଡ଼ିଆଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଳଭଣ୍ଡାରକୁ ଆସୁଥିବା ବନ୍ୟାଜଳକୁ ନଜରରେ ରଖି ସମସ୍ତ ସୁରକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁସାରେ ପର୍ଯ୍ୟାୟକ୍ରମେ ଏହି ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଚାଲୁ ରହିଛି।ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା:ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀର ତଳମୁଣ୍ଡ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି:ନଦୀକୂଳକୁ ଅନାବଶ୍ୟକ ଭାବେ ନଯିବାନଦୀ ପାର ହେବାକୁ ଚେଷ୍ଟା ନକରିବାନଦୀରେ ଗାଧୋଇବା, ମାଛ ଧରିବା କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରିବାରୁ ବିରତ ରହିବାବର୍ତ୍ତମାନ ଜଳସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳଭଣ୍ଡାରର ସ୍ଥିତି ଓ ଜଳନିଷ୍କାସନ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରିସ୍ଥିତି ଅନୁଯାୟୀ ପରବର୍ତ୍ତୀ ସୂଚନା ଜନସାଧାରଣଙ୍କୁ ଅବଗତ କରାଯିବ।
