ପ୍ରଶାସନ ସୋଇଛନ୍ତି ନିଘୋଡ଼ ନିଦରେ ପିଇବା ପାଣି ପାଇଁ ହନ୍ତସନ୍ତ ବେତନଟି ର ଚାରି ଗ୍ରାମ ର ଅଧିବାସୀ
ବେତନଟୀ (ନି ପ୍ର) ୨୭/୭ ବେତନଟି ଶୁଖିଲାହାର୍ ସାମିଲ ମହୁଲିଆ ଶୁଖିଲାହାର୍ ସ୍କୁଲ ନିକଟରେ ଥିବା ପାଣି ଟା ଙ୍କି ରୁ ପାଣି ବାହାରି ଶୁଖିଲା ହାର, ବେତନଟି ,ରେଣୁଗାଁ, ପଣ୍ଡୁଗଡିଆ ଗ୍ରାମର ଅଧିବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଯୋଜନା କରାଯାଇଥିବା ବେଳେ ଉକ୍ତ ପ୍ରକଳ୍ପ ର ସୁଫଳ ଅଜିପର୍ଜନ୍ତ ଠିକ୍ ଭାବରେ ପାଇ ପାରୁନାହାନ୍ତି ଗ୍ରାମବାସୀ ଙ୍କ ଅଭିଯୋଗ ମୁତାବକ ଉକ୍ତ ପ୍ରକଳ୍ପ ରୁ ୪-୫ ଦିନ ପାଣି ଆସିଲେ ମାସ ସାରା ଆଉ ପାଣି ମିଳୁ ନାହିଁ ଯାହା ଫଳ ରେ ଗ୍ରାମ ବାସୀ ଶୁଖିଲା ହାର ସ୍କୁଲ ନିକଟରେ ଥିବା ନଳକୂପ ରୁ ପାଣି ନେଇ ହଇରାଣ ହେବାକୁ ପଡୁଛି ଉକ୍ତ ନଳକୂପ ଟି ସ୍କୁଲ ପରିସର ମଧ୍ୟ ରେ ଥିବାରୁ ସ୍କୁଲ ଖୋଲିବା ରୁ ସ୍କୁଲ ଛୁଟି ହେବା ମଧ୍ୟ ରେ ଯାହା କାର୍ଯ୍ୟକାରୀ ହୋଇପାରୁଛି ସ୍କୁଲ ଛୁଟି ହେଲେ ଆଉ ଗେଟ ଚାବି ପଡ଼ି ଗଲେ ପାଣି ପାଇଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସେହି ଘଟଣା କୁ ଗ୍ରାମବାସୀ ମାନେ ଦୀର୍ଘ ଦିନରୁ ଅଭିଯୋଗ କରିଆସୁଥିଲେ ମଧ୍ୟ ସ୍ଥାନୀୟ ଅଧିକାରୀ ମାନେ ଏ ବାବଦରେ କର୍ଣ୍ଣପାତ କରୁନାହାନ୍ତି କି ସମାଧାନ ମଧ୍ୟ କରିବାକୁ ଆସୁନାହାନ୍ତି । ସେହି ଘଟଣା ର ସତ୍ୟା ସତ୍ୟ ଜାଣିବାକୁ ଯିବାରୁ ଜଣାପଡ଼ିଲା ଉକ୍ତ ପ୍ରକଳ୍ପ ଟି ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥା ରେ ରହି ଥିବାରୁ ସେଠାକାର ମେସିନ ଓପରେଟର ଉକ୍ତ ଘଞ୍ଚ ଅରଣ୍ୟ ମୟ ମଧ୍ୟରେ ଥିବା ମେସିନ ଚାଲୁ କରିବାକୁ ଭୟ ମନେ କରୁଚନ୍ତି।ଅନ୍ୟପଟେ ଗ୍ରାମବାସୀ ମାନେ ଉକ୍ତ ସମସ୍ୟା କୁ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ସେହି ଘଟଣାକୁ ସ୍ଥାନୀୟ ଯନ୍ତ୍ରୀ ଇଂ ଯଦୁନାଥ ହାଁସଦା ଙ୍କ ଅବଗତି ପାଇଁ ଯାଇଥିଲା ବେଳେ ଯନ୍ତ୍ରୀ ନା ଫୋନ ଯୋଗେ ନା ଅଫିସ ରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଜନ ଅସନ୍ତୋଷ ବଢିବାରେ ଲାଗିଥିବାବେଳେ ଯନ୍ତ୍ରୀ ଙ୍କର୍ ଏ ପରି କରିବା ଅଗ୍ନି ରେ ଘିଅ ଢାଳିବା ଭଳି କାର୍ଯ୍ୟ କରୁଅଛି।
