ବରିଷ୍ଠ ଅଧିକାରୀ, ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ଙ୍କର କଳାହାଣ୍ଡି ର ଏସ୍.ଆଇ.ଆର୍. କାର୍ଯ୍ୟ କଳାପ ସମୀକ୍ଷା
(ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା : ତା. ୨୩.୦୭.୨୦୨୬ – ବରିଷ୍ଠ ଅଧିକାରୀ, ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ଶ୍ରୀ ପ୍ରେମାନନ୍ଦ ଜେନା କଳାହାଣ୍ଡି ଜିଲ୍ଲା ଗସ୍ତ କରି ସଦର ମହକୁମା ଭବାନୀପାଟଣା ଠାରେ ଏସ୍.ଆଇ.ଆର୍. ଡ୍ରାଫ୍ଟ ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକଳାପ ଗୁଡିକର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଭବାନୀପାଟଣା ବ୍ଲକ ଓ ଭବାନୀପାଟଣା ପୌରପାଳିକା ର କାର୍ଯ୍ୟାଳୟ ଠାରେ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ଭେଟିଥିଲେ ଏବଂ ଏସ୍.ଆଇ.ଆର୍. ସମ୍ପର୍କିତ ଅଭିଯୋଗ ଗୁଡିକର ଶୁଣାଣୀ ଓ ଫଇସଲା ପ୍ରକ୍ରିୟାର ସମୀକ୍ଷା କରିଥିଲେ । ବକେୟା ରହିଥିବା ଅଭିଯୋଗ ଗୁଡିକୁ ତୁରନ୍ତ ଶୁଣାଣୀ କରି ତାର ଫଇସଲା କରିବା ପାଇଁ ଏ.ଇ.ଆର୍.ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
