**ତାଳଚେର ବାଲୁଙ୍ଗାରୁ ବିଷଧର ନାଗ ସାପ ଉଦ୍ଧାର, ସାହସିକତା ଦେଖାଇଲେ ଗୋରକ୍ଷକ ସଞ୍ଜୟ ମହାପାତ୍ର**
**ତାଳଚେର:**
ତାଳଚେର ବାଲୁଙ୍ଗା ଅଞ୍ଚଳରେ ଏକ ବିଷଧର ନାଗ ସାପ ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ସତ୍ୟସନାତ ସଂଗଠନର ସକ୍ରିୟ ସଦସ୍ୟ ତଥା ଗୋରକ୍ଷକ **ସଞ୍ଜୟ ମହାପାତ୍ର** ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ସତର୍କତାର ସହ ବିଷଧର ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ସଞ୍ଜୟ ମହାପାତ୍ର କେବଳ ଗୋସେବାରେ ନୁହେଁ, ବରଂ ସାପ ଉଦ୍ଧାର ଭଳି ବିପଦପୂର୍ଣ୍ଣ କାର୍ଯ୍ୟରେ ମଧ୍ୟ ସବୁବେଳେ ଆଗରେ ରହି ଲୋକଙ୍କ ଜୀବନ ରକ୍ଷା ପାଇଁ କାମ କରୁଛନ୍ତି। ତାଙ୍କ ସାହସିକତା ଓ ମାନବସେବାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
ଏହି ଅବସରରେ ସଞ୍ଜୟ ମହାପାତ୍ର କହିଛନ୍ତି, **”ସାପ ଦେଖି ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ତାକୁ ମାରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯେଉଁଠାରେ ସାପ ଦେଖାଯିବ, ତୁରନ୍ତ ମୋତେ ଖବର ଦିଅନ୍ତୁ। ମୁଁ ନିଶୁଳ୍କରେ ପହଞ୍ଚି ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦେବି।”**
ବନ୍ୟଜନ୍ତୁ ସୁରକ୍ଷା ସହ ଲୋକଙ୍କ ଜୀବନ ରକ୍ଷା ପାଇଁ ତାଙ୍କର ଏହି ସେବା ନିଶ୍ଚିତ ଭାବେ ପ୍ରଶଂସନୀୟ। ସମାଜରେ ଏଭଳି ସ୍ୱେଚ୍ଛାସେବୀଙ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା।
