*ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କୁ “ଅମୃତ ସୁତ ସମ୍ମାନ”* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ବ୍ଲକ ତା ୨୨.୭.୨୦୨୬
କେବଳ ଶିକ୍ଷାଦାନ ନୁହେଁ, ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନୁହେଁ, କାବ୍ୟ କବିତା ଗଳ୍ପ ପ୍ରବନ୍ଧ ଲିଖନ ରେ ସିଦ୍ଧ ହସ୍ତ ଗଁଦିଆ ମାଟିର ସୁଯୋଗ୍ୟ ସନ୍ତାନ “ପ୍ରକୃତି ବନ୍ଧୁ ହରିହର ସାହୁ” ପ୍ରତ୍ୟେକ ଦିନ କିଛି ନା କିଛି କବିତା, ଗଳ୍ପ, ପ୍ରବନ୍ଧ ଲେଖି ଓଡ଼ିଆ ସାହିତ୍ୟରେ ନିଜକୁ ସମର୍ପିତ କରି ଓଡ଼ିଆ ଅସ୍ମିତା ଓଡ଼ିଆ ସଂସ୍କୃତି ଓଡ଼ିଆ ଶବ୍ଦ କୋଷ ର ଅଭିବୃଦ୍ଧି କରିପାରିଛନ୍ତି।
ସେ ମହାଶୟ ଙ୍କ ର କବିତା ଲିଖନ ଦ୍ୱାରା ” ଶ୍ରୀ ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦ, ସାଆନ୍ଦା, ଢେଙ୍କାନାଳ ତାଙ୍କୁ ” ଅମୃତସୁତ ସମ୍ମାନ”” ରେ ବିଭୂଷିତ କରି ଓଡ଼ିଆ ଭାଷା ର ପ୍ରଚାର ପ୍ରସାର ପାଇଁ ଯଥୋଚିତ ସମ୍ମାନ ପ୍ରଦାନ କରିଛନ୍ତି।
ଓଡ଼ିଆ ସାହିତ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ପଞ୍ଚସଖା ସାହିତ୍ୟ ଓ ସାରଳା ସାହିତ୍ୟ କୁ ନେଇ ଅଧିସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ଶ୍ରୀ ସାହୁ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ଶିକ୍ଷା ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ବର୍ତ୍ତମାନ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଁଦିଆ ବ୍ଳକ ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି।
