**ବର୍ଷାକୁ ଖାତିର ନକରି ତାଳଚେର ବିକାଶରେ ନଗରପାଳ ପବିତ୍ର ଭୂତିଆଙ୍କ ତତ୍ପରତା**
ଅନୁଗୋଳ ଜିଲ୍ଲାର ତାଳଚେର ପୌରାଞ୍ଚଳରେ ଲଗାତାର ବର୍ଷା ସତ୍ତ୍ୱେ ବିକାଶ କାର୍ଯ୍ୟକୁ ବନ୍ଦ କରିନାହାନ୍ତି ନଗରପାଳ ଶ୍ରୀ ପବିତ୍ର ଭୂତିଆ। ଆଜି ସକାଳୁ ସେ ବିଭିନ୍ନ ୱାର୍ଡ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ଅଞ୍ଚଳର ସମସ୍ୟା ବିଷୟରେ ଅବଗତ ହୋଇଥିଲେ।
ରାସ୍ତାଘାଟର ଉନ୍ନତି, ପାନୀୟ ଜଳ ବ୍ୟବସ୍ଥା, ଡ୍ରେନେଜ୍ ସଫେଇ, ସିସିଟିଭି କ୍ୟାମେରା ସ୍ଥାପନ, ଆଧୁନିକ ଆଲୋକ ବ୍ୟବସ୍ଥା ଓ ସବୁଜ ପରିବେଶ ସୃଷ୍ଟି ପରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ନେଇ ସେ ଅଧିକାରୀମାନଙ୍କ ସହ ଆଲୋଚନା କରି ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ନଗରପାଳଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଯେ, ଲୋକଙ୍କ ସମସ୍ୟାକୁ ପାଖରୁ ବୁଝି ସମାଧାନ କରିବାର ଏହି ପ୍ରୟାସ ତାଳଚେରର ବିକାଶକୁ ଆହୁରି ଗତିଶୀଳ କରିବ।
ତେବେ, ଏହି ସମସ୍ତ ବିକାଶମୂଳକ ପଦକ୍ଷେପ କେତେ ଶୀଘ୍ର ବାସ୍ତବ ରୂପ ନେଉଛି ଏବଂ ସାଧାରଣ ଲୋକ ଏହାର ସୁଫଳ କେବେ ପାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
**ରିପୋର୍ଟ: ମନୋଜ ରାଉତ, ତାଳଚେର।**
