ଡ଼ଅଁରା ରେ ନବନିର୍ମିତ କଲ୍ୟାଣ ମଣ୍ଡପ ଉଦଘାଟିତ, ଲୋକାର୍ପଣ କଲେ ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଡଅଁରା ଗ୍ରାମରେ ନବ ନିର୍ମିତ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ( ବାପୁ ଭାଇ) ମୁଖ୍ୟ ଅତିଥିଭାବେ ଯୋଗଦେଇ କଲ୍ୟାଣ ମଣ୍ଡପ ର ଶୁଭ ଉଦଘାଟନ କରି ଏହି ଅଞ୍ଚଳବସି ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ବିଧାୟକ ଶ୍ରୀ ପ୍ରଧାନ କହିଲେ କି ଏହି କଲ୍ୟାଣ ମଣ୍ଡପ ଅଞ୍ଚଳର ସାମାଜିକ,ସଂସ୍କୃତିକ ଓ ଜନ କଲ୍ୟାଣ ମୂଳକ କାର୍ଯ୍ୟକର୍ମ ଆୟଜନ ପାଇଁ ଏକ ଉପଯୁକ୍ତ କେନ୍ଦ୍ର ଭାବେ ପରିଣତ ହେବ।ଏହା ଗ୍ରାମବାସୀଙ୍କ ବିଭିନ୍ନ ସାମୁହିକ କାର୍ଯ୍ୟ କ୍ରମରେ ଅଧିକ ସୁବିଧାଜନକ କରିବା ସହ ସାମାଜିକ ସମ୍ପ୍ରତିକୁ ସୁଦୃଢ଼ କରିବ । ଏହି ଉଦଘାଟନ ଉତ୍ସବରେ ତାଳଚେର ବ୍ଲକ ଅଧ୍ୟକ୍ଷା। ଶ୍ରୀମତୀ ହୋମଲତା ମହାନ୍ତି, କଣିହାଁ ଅଧ୍ୟକ୍ଷ ରାମ କୃଷ୍ଣ ପ୍ରଧାନ , ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭା ପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, ତାଳଚେର ବ୍ଲକ ଉପାଧ୍ୟାୟଙ୍କ ପ୍ରତିନିଧି ରାଜେଶ ସାହୁ , ତାଳଚେର ନିର୍ବାଚନ ମଣ୍ଡଳୀର ସରପଞ୍ଚ, ସମିତିସଭ୍ୟ, ତାଳଚେର ପୌର ପରିଷଦର କାଉନସିଲର ମାନେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ୍ୟ ଏବଂ ବିପୁଳସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ। ଶେଷରେ ଅଞ୍ଚଳବାସୀ ନବ ନିର୍ମିତ କଲ୍ୟାଣ ମଣ୍ଡପ ପାଇଁ ବିଧାୟକ ବାପୁ ଭାଇଙ୍କୁ ଓ ସମ୍ପୃକ୍ତ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଥିଲେ ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
