(ଯାଜପୁର ଜିଲ୍ଲା ବାଲଚନ୍ଦ୍ରପୁର)
ରିପୋର୍ଟ୍ ଜୀବନ ଜ୍ୟୋତି ରଣା
#ଧାନ_ତଳି_ରୋଇ_ଯୁବ_ସମାଜର_ଅଭିନବ_ପ୍ରତିବାଦ
ବାଲିଚନ୍ଦ୍ରପୁର-ଲଳିତଗିରି ପୂର୍ତ୍ତ ସଡ଼କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଆଜି ସ୍ଥାନୀୟ ଯୁବ ସମାଜ ପକ୍ଷରୁ ଏକ ଅଭିନବ ପ୍ରତିବାଦ କରାଯାଇଛି। ବାଲିଚନ୍ଦ୍ରପୁର କଲେଜ ଚକଠାରୁ ପଟ୍ଟାମୁଣ୍ଡାଇ କେନାଲ ନୂଆ ପୋଲ ପର୍ଯ୍ୟନ୍ତ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏହା ଉପରେ ଚଳାଚଳ ଅନୁପଯୁକ୍ତ ହୋଇପଡ଼ିଛି।
ବାରମ୍ବାର ଅଭିଯୋଗ ସତ୍ତ୍ବେ #ବିଭାଗୀୟ_କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବାରୁ ଆଜି ଯୁବକମାନେ ବାଧ୍ୟ ହୋଇ ସେହି ରାସ୍ତାର ପାଣି ଜମା ହୋଇଥିବା ଗାତରେ ଧାନ #ତଳି_ରୋପଣ କରି ପ୍ରତିବାଦ କରିଛନ୍ତି।
#ରାସ୍ତାର_ଗୁରୁତ୍ୱ_ଓ_ସମସ୍ୟା
ବ୍ୟସ୍ତବହୁଳ ପେଣ୍ଠସ୍ଥଳୀ: ଏହା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ଏହାର ଆଖପାଖରେ ତିନିୋଟି ମହାବିଦ୍ୟାଳୟ ଏକାଧିକ ଶିକ୍ଷାନୁଷ୍ଠାନ , ପୋଷ୍ଟ ଅଫିସ ଏବଂ ନଡିଆସାହାସପୁର ମେଡ଼ିକାଲକୁ ମୁଖ୍ୟ ରାସ୍ତା ମଧ୍ୟ ରହିଛି।
#ଦୈନିକ_ଯାତାୟାତ: ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଗାଡ଼ି ମୋଟର ଏବଂ ସାଧାରଣ ଲୋକ ଯାତାୟାତ କରିଥାନ୍ତି।
ଅଣଦେଖା ନୀତି: ରାସ୍ତା ମରାମତି ନିମନ୍ତେ ବହୁବାର ଦାବି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଏହାକୁ କର୍ଣ୍ଣପାତ କରୁନଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
