ନିଟ୍ ପରୀକ୍ଷାରେ ନିଶ୍ଚଳ ମହାନ୍ତିଙ୍କ ସଫଳତା
ବନ୍ତ /ଆଗରପଡ଼ା,(ନିପ୍ର) ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ରାଧାକୃଷ୍ଣ ମହାନ୍ତିଙ୍କ ପୌତ୍ର, ଶିକ୍ଷକ ଅମୃତଲାଲ ମହାନ୍ତି ଓ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତିଙ୍କ ସୁପୁତ୍ର ନିଶ୍ଚଳ ମହାନ୍ତି ଚଳିତବର୍ଷ ନିଟ୍ ପରୀକ୍ଷାରେ ୬୪୧ ନମ୍ବର ରଖି୨୧୧୭ ରେଙ୍କରେ ରହିଛନ୍ତି । ନିଶ୍ଚଳ ଜଣେ ମେଧାବୀ ଛାତ୍ର ଅଟନ୍ତି । ରାନ୍ଦିଆ ସ୍ଥିତ ଡିଏଭି ସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ଯାଜପୁର ସ୍ଥିତ ପ୍ରୟାସ କଲେଜରେ ଅଧ୍ୟୟନ କରି ଯୁକ୍ତଦୁଇ ସିବିଏସଇ ପରୀକ୍ଷାରେ ୯୬ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ ।
