ସୁପ୍ରିୟା ମାର୍ଗ ରେ ରୌପ୍ୟ ଜୟନ୍ତୀ
ରଥଯାତ୍ରା ଅବସରରେ ନିଆରା କାର୍ଯ୍ୟକ୍ରମ
ରଥଯାତ୍ରା ଚତୁର୍ଥ ଦିବସରେ ଜଗନ୍ନାଥଙ୍କ ଉପରେ ଭଜନ ସଂଧ୍ୟା
ବରଗଡ଼ :୨୦.୦୭.(ନି ପ୍ର )ବରଗଡ଼ ୱାର୍ଡ଼ ନଂ ୦୧ ଦିନବନ୍ଧୁ ନଗର ସ୍ଥିତ ସୁପ୍ରିୟା ମାର୍ଗ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ବୋର୍ଡ ଭଟଲି ଛକ ରଥଯାତ୍ରା କମିଟି ପକ୍ଷରୁ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ରୌପ୍ୟ ଜୟନ୍ତୀ ଅବସରରେ ଜଗନ୍ନାଥଙ୍କ ଉପରେ ଶିବାନୀ ଗୃପ ପକ୍ଷରୁ ଜଗନ୍ନାଥଙ୍କ ଉପରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରା କମିଟି ସଂପାଦକ କେଦାର ମିଶ୍ର ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଭଜନ କାର୍ଯ୍ୟକ୍ରମରେଗୁରୁ ଶ୍ରୀ ଦୋଳମଣୀ ସାହୁ ଙ୍କ ଶିବାନୀ ସଂଗୀତ ଗୃପ ର ସମସ୍ତ କଳାକାର ଯୋଗ ଦେଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ଜନୈକ କୁନି କଣ୍ଠଶିଳ୍ପୀ ଅଦ୍ବିକ ନାଏକ ଖୁବ ସ୍ମୃତି ମଧୁର ଜଗନ୍ନାଥ ଭଜନ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ସ୍ବତନ୍ତ୍ର ଭାବେ ଶ୍ରୀ କେଦାର ମିଶ୍ର ଏବଂ ପ୍ରଭାତାଦିତ୍ୟ ମିଶ୍ର ସମ୍ମାନୀତ କରିଥିଲେ ।ବିଶିଷ୍ଠ ସଂଗୀତ ନିର୍ଦେଶକ ଶ୍ରୀ ନବ ମହତ୍ତମ ଙ୍କ ପରିବେଶିତ ଭଜନ ସମସ୍ତଙ୍କୁ ମନ୍ତ୍ର ମୁଗଦ୍ଧ କରିଥିଲା ବେଳେ ଭାରତୀ ନଗର ସଭାପତି ପଣ୍ଡିତ କୁଳମଣି ମହାପାତ୍ର ଓ ସମ୍ପାଦକ ଶ୍ରୀ ଅଶ୍ୱିନୀ ମିଶ୍ର, ମାତୃବିହାର କମିଟି ଉପ ସଭାପତି ଶ୍ରୀ ଦେବାଶିଷ କର, ସମ୍ପାଦକ ମନୋଜ ସେଠ, ଜିରାନଦୀ ବିହାର କମିଟି ରୂ ସମ୍ପାଦକ ସାନୁ ଆଚାର୍ଯ୍ୟ, ପଣ୍ଡିତ ବିଘ୍ନ ରାଜ ଦାଶ, ସଭାପତି ଶ୍ରୀ ନିରଞ୍ଜନ ମହାକୁର ଙ୍କୁ ଯଥାକ୍ରମେ ରଥଯାତ୍ରା କମିଟି ରୂ ବିକାଶ ପାଣିଗ୍ରାହୀ, ମୋହନ ଅଗ୍ରୱାଲ, ଅତୁଲ ଅଗ୍ରୱାଲ, ସୁମିତ ଦାଶ, ଚିତ୍ତରଞ୍ଜନ ମିଶ୍ର, ଅଶୋକ ମହାପାତ୍ର ସମ୍ବର୍ଦ୍ଧିତକରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଶ୍ବଜିତ ମିଶ୍ର,ପ୍ରଦୀପ ସାହୁ, କେଦାର ଚରଣ ଦାଶ, ଦେବୀ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଲଳିତ ସାହୁ,ନିମାଇଁ ରଥ, ପଦ୍ମଜା ଗୁରୁ, ସନ୍ତୋଷ ଦେବତା,ପ୍ରତାପ ପ୍ରଧାନ, ଦିବ୍ୟ ମିଶ୍ର, ପିକଳୁ ପ୍ରଧାନ,ମାଧବୀ ମିଶ୍ର,କାଞ୍ଚନ ପାଣିଗ୍ରାହୀ, ବବିତା ପଧାନ, ପଦ୍ମିନୀ ବେହେରା,ରୋଜାଲିନ ଭୂୟାଁ, ଚିନ୍ମୟ ମିଶ୍ର ଙ୍କ ସମେତ ୧୨ଟି ପଡ଼ାର ଶହ ଶହ ଭକ୍ତ ଯୋଗଦେଇଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା।
ଶେଷରେ ସଂପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
