*ପ୍ରକୃତି ର ଭୂସ୍ବର୍ଗ କହିଲେ ସୁନାବେଡ଼ା ଅଭୟାରଣ୍ୟ କୁ ବୁଝାଏ, ପର୍ଯ୍ୟଟନର ସୁଯୋଗ ସୃଷ୍ଟି କରିବାକୁ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ବିଶେଷ ଅନୁରୋଧ*:।
ନୂଆପଡା(ମିଖାଏଲ ନନ୍ଦ) ତା:୧୯.୦୭.
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଘଞ୍ଚ ସବୁଜ ବନାନୀ ଏବଂ ବନ ପାହାଡ ଘେରା ଅଞ୍ଚଳକୁ ପ୍ରକୃତୀ ବୈଭାବ ଓ ସେଠାରେ ଥିବା ଜଳ ପ୍ରପାତ ନିଶ୍ଚିତ ରୂପେ ପର୍ଯ୍ୟଟନ କ୍ଷେତ୍ର ରୂପେ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।ପ୍ରକୃତି ର ଭୂସ୍ବର୍ଗ କହିଲେ ସୁନାବେଡ଼ା ଅଭୟାରଣ୍ୟ କୁ ବୁଝାଏ, ପର୍ଯ୍ୟଟନର ସୁଯୋଗ ସୃଷ୍ଟି କରିବାକୁ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ବିଶେଷ ଅନୁରୋଧ କରାଯାଇଛି। ଏଠାରେ ଦିଆ ଯାଇଥିବା ପ୍ରକୃତି ମନୋରମ ଦୃଶ୍ୟ କୁ ଉତ୍ତୋଳନ ପାଇଁ ଫଟୋଜେନିକ ପଏଣ୍ଟ, ଜଙ୍ଗଳ ଭିୟୁ, ହିଲ ସେଲଫି ପଏଣ୍ଟ, ୱେଟର ଫଲ, ସନ୍ ସେଟ ଭିୟୁ ଏଟ ସନଚ୍ୟୁରୀ, ଭଳି ଅନେକ ନାମ କରଣ କରି ଆନୁଷଙ୍ଗିକ ବ୍ୟବସ୍ଥା ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପରିବେଶ ସୃଷ୍ଟି ପାଇଁ ଆହ୍ୱାନ କରିଛନ୍ତି। ତିଖାଲି ନିମ୍ନ ଇନ୍ଦ୍ର ଜଳ ରାଶିରେ ସନ୍ ସେଟ ଭିୟୁ ଆଦି ଆରମ୍ଭ କଲେ ଅନେକ ସୁଫଳ ମିଳିବା ସହ ଉନ୍ନତ ଧରଣ ପାରିବେଶ ସୃଷ୍ଟି ହେବ। କୋମନା ରୁ ଅତିକ୍ରମ କରି ୨୨ କିଲୋମିଟର ପରେ ଆରମ୍ଭ ହୋଇଥାଏ ସୁନାବେଡ଼ା ଅଭୟାରଣ୍ୟ। ଚେରେଚୁଆଁ, ଜାମ୍ ଗାଁ ଘାଟି ପରେ ପ୍ରାଚୀନ ସଭ୍ୟତା ର ଭଗ୍ନାବଶେଷ, ଜଳପ୍ରପାତ ଆଦି କୁ ନେଇ ଏକ ପର୍ଯ୍ୟଟନ କରିଡର୍ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ଆହ୍ୱାନ ।
