*ଡୁଡା ସମୀକ୍ଷା ବୈଠକ: ଅଗଷ୍ଟ ୧୫ ସୁଦ୍ଧା ପିଏମ୍ଏୱାଇ-୨.୦ ଘର ସମ୍ପୂର୍ଣ୍ଣ ଓ ଗୁଣାତ୍ମକ ନଗର ଉନ୍ନୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ*
ନୂଆପଡା(ମିଖାଏଲ ନନ୍ଦ)
ତା. ୧୯.୦୭:
ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପିଡି, ଡୁଡା ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନଏସିରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା।
ଜିଲ୍ଲାପାଳ ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୂଚନା ସହ ପ୍ରଦର୍ଶନ ଫଳକ (Display Board) ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିତ୍ୟକ୍ତ କୋଠାଘରଗୁଡ଼ିକୁ ଚିହ୍ନଟ କରି ନିୟମାନୁସାରେ ଭଙ୍ଗାଯିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ପିଏମ୍ଏୱାଇ-୨.୦ ଅଧୀନରେ ତିନୋଟି ଏନଏସିରେ ମୋଟ ୮୨୬ଟି ଘର ମଞ୍ଜୁର ହୋଇଥିବା ବେଳେ ସେଗୁଡ଼ିକର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରି ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ହିତାଧିକାରୀଙ୍କ ଗୃହ ପ୍ରବେଶ ସୁନିଶ୍ଚି କରିବାକୁ ଆହ୍ୱାନ ।
