*ସାପ କାମୁଡା ରେ ଯୁବକ ମୃତ*
ଚିକିଟି, ୧୯/୭ ( ଶ୍ରୀବତ୍ସ ସାହୁ ):ଧାନଘର ଫାଣ୍ଡି ଅଧୀନ ଓଲପୁର ଗ୍ରାମର ଟୁନା ନାଇକ (୪୦)ଙ୍କ ସାପ କାମୁଡା ରେ ମୃତ୍ୟୁ ଘଟିଛି l ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡା ର ଶିକାର ହୋଇଥିଲେ ଟୁନା l ଗ୍ରାମ ଲୋକ ଙ୍କ ସହାୟତା ରେ ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା l ଅବସ୍ଥା ଉଦବେଗ ଜନକ ରହିଥିବା ରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ଆଜି ପୂର୍ବାହ୍ନ ୧୦ ଟା ବେଳେ ଟୁନା ମୃତ୍ୟୁବରଣ କରିଛନ୍ତି l ବ୍ୟବଛେଦ ପରେ ମୃତକ ପରିବାର ଶବ ହସ୍ତାନ୍ତର କରାଯାଇଛି l ଶୋକାକୁଳ ପରିବେଶ ରେ ଟୁନା ଙ୍କ ଶେଷକୃତ୍ୟ ଗ୍ରାମ୍ୟ ଶ୍ମଶାନ ରେ ସମ୍ପର୍ଣ୍ଣ ହୋଇଛି l କେ. ନୂଆଗାଁ ଥାନା ରେ ଏ ନେଇ ଏକ ଅପମୃତ ମାମଲା ରୁଜୁ ହୋଇଛି l
