ତାଳଚେର ହାଣ୍ଡିଧୁଆ ଓଭରବ୍ରିଜ୍ – ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ, ବଢ଼ୁଛି ଦୁର୍ଘଟଣା ଆଶଙ୍କା
ତାଳଚେର: (ନିପ୍ର)୧୭.୭.ଭଞ୍ଜଦୂତ ଖବର କାଗଜ:ତାଳଚେର ହାଣ୍ଡିଧୁଆ ଓଭରବ୍ରିଜ୍ ଉପରେ ଦିନକୁ ଦିନ ଗାଈଗୋରୁଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି। ବ୍ରିଜ୍ ଉପରେ ଦଳେ ଦଳେ ଗାଈଗୋରୁ ବସି ରହୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି ଏବଂ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଯାଇଛି।
ପ୍ରତିଦିନ ଏହି ଓଭରବ୍ରିଜ୍ ଦେଇ ଶହ ଶହ ଦୁଇଚକିଆ, ଚାରିଚକିଆ ଓ ଯାନବାହନ ଚଳାଚଳ କରୁଛି। କିନ୍ତୁ ବ୍ରିଜ୍ ଉପରେ ଗାଈଗୋରୁ ରହିବା ଯୋଗୁଁ ଯାନଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ଏହା ଅଧିକ ବିପଦଜନକ ପରିସ୍ଥିତି ସୃଷ୍ଟି କରୁଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସମସ୍ୟାଟି ଦୀର୍ଘଦିନ ଧରି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣ ଲୋକ ଦାବି କରିଛନ୍ତି।
