ବିଟି ପୁର ଶକ୍ତିକେନ୍ଦ୍ରରେ ବିଜେପିର ସାଂଗଠନିକ ବୈଠକ ଅନୁଷ୍ଠିତ
ବନ୍ତ, (ନିପ୍ର) ବନ୍ତ ବ୍ଲକ୍ ମହତାବ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଶକ୍ତିକେନ୍ଦ୍ର ମାନଙ୍କରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ବିଟିପୁର ଶକ୍ତିକେନ୍ଦ୍ରର ବୈଠକ ସ୍ଥାନୀୟ ପଞ୍ଚାୟତ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଯୋଗଦେଇ ସାଂଗଠନିକ ସ୍ଥିତିକୁ ଅଧିକ ମଜବୁତ୍ କରିବା ଉପରେ ଆଲୋଚନା କରିଥିଲେ। ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ମଣ୍ଡଳ ସଭାପତି ଅମୁଲ୍ୟରତ୍ନ ନନ୍ଦ, ଶକ୍ତିକେନ୍ଦ୍ର ପ୍ରମୁଖ ଚିନ୍ମୟ ମହାପାତ୍ର, ମଣ୍ଡଳ ଉପ-ସଭାପତି ରାଜୀବଲୋଚନ ରାୟ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶିବାନନ୍ଦ ଦାସ ଅଧିକାରୀ ଉପସ୍ଥିତ ରହି ଦଳୀୟ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶକ୍ତିକେନ୍ଦ୍ର ସହ-ପ୍ରମୁଖ ବିନୟ ରଞ୍ଜନ ଜେନା, ବରିଷ୍ଠ ନେତା ବିଶ୍ଵନାଥ ସିଂହ, ଯୁବନେତା ସପନ କୁମାର ସିଂହ, ବୁଥ୍ ସଭାପତି ପାୟୋଧର ବାରିକ, ପ୍ରଫୁଲ୍ଲ ମହାନ୍ତି, ରଙ୍ଗାଧର ପୁହାଣ ଏବଂ ବିଟିପୁର ବୁଥ୍ ସମ୍ପାଦକ ପ୍ରସନ୍ନ ପାତ୍ରଙ୍କ ସମେତ ଦଳର ଅନେକ ସକ୍ରିୟ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ଏହି ଆଲୋଚନାରେ ସାମିଲ ହୋଇଥିଲେ। ବୈଠକରେ ଆଗାମୀ ଦିନରେ ଦଳର କାର୍ଯ୍ୟପନ୍ଥାକୁ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଆଗାମୀ ୧୩୬ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ସଫଳ କରିବା, ଏସ.ଆଇ.ଆର ଏବଂ ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ସହ ନୂତନ ଭାବେ ସୃଷ୍ଟି ହୋଇଥିବା ସ୍ଥାନଗୁଡ଼ିକରେ ବୁଥ୍ କମିଟି ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
