ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା: ମାଥିଲିରେ ପ୍ରସ୍ତୁତି ବୈଠକ
ମାଥିଲି ନିପ୍ର : ( ଶ୍ରୀଧର ପାଢ଼ୀ ଭଞ୍ଜ ଦୂତ ଖବର )
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଶହୀଦ ଲକ୍ଷ୍ମଣ ନାୟକ ଭବନଠାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଗାମୀ ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ସଦାଶିବ ପୂଜାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ମହିଳା ଉପସଭାପତି ତଥା ଜିଲ୍ଲା ଆଦିବାସୀ ସେଲ୍ର ସମ୍ପାଦିକା, ମାଥିଲି ୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ତଥା ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ନାୟକ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ସେକ୍ରେଟାରୀ ସମାରୁ ନାୟକ, ବିଜେଡି ଏଆରଓ ପ୍ରଶାନ୍ତ କୁମାର ସଗରିଆ, ମହିଳା ସଭାନେତ୍ରୀ ମଞ୍ଜୁ ଗୌଡ଼, ବ୍ଲକ ବିଜେଡି ସେକ୍ରେଟାରୀ ଉମାଶଙ୍କର ମହାନ୍ତି ଓ ସୁବ୍ରତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମଧୁସୂଦନ ନାୟକ, ଗୋପୀ ନାୟକ, ତୁମେଶ୍ୱର ସମରଥ, ବୃନ୍ଦା ଦୁରୁଆ, ଗଗନ ଦୁରୁଆ, ରଞ୍ଜିତା ପୂଜାରୀଙ୍କ ସମେତ ଦଳୀୟ କର୍ମୀ ଓ ଶତାଧିକ ସମର୍ଥକ ଯୋଗଦେଇଥିଲେ।
ଆଗାମୀ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରାକୁ ମାଥିଲି ବ୍ଲକର ପ୍ରତ୍ୟେକ ପଞ୍ଚାୟତ ଓ ବୁଥ୍ସ୍ତରରେ ସଫଳ କରିବା ନେଇ ବୈଠକରେ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଥିଲା। ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚି ଦଳର କାର୍ଯ୍ୟକ୍ରମ ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ନେଇ ଜନସମ୍ପର୍କ ବଢ଼ାଇବା ଉପରେ ଦଳୀୟ ନେତୃବୃନ୍ଦ ଗୁରୁତ୍ୱ ଦେଇଥିଲେ। ସୂଚନା ଯୋଗ୍ୟ ଯେ ଆଗାମୀ ନିର୍ବାଚନ ରେ ବିଜେପି କୁ ଜେ କୋଣସି ପ୍ରକାରେ ପରାସ୍ତ କରି ବିଜେଡି ଦଳ ବିଜୟ ର ମୁକୁଟ ପିନ୍ଧିବାକୁ ପଛେଇ ବୁ ନାହିଁ ବୋଲି ଶ୍ରୀ ସଦାଶିବ ପୂଜାରୀ ସୂଚନା ଦେଇଛନ୍ତି ।
