ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଙ୍ଗର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ବୈଠକ ରିପୋର୍ଟ – ନିୟୋଜନ କୁମାର ସେଠୀ ଢେଙ୍କାନାଳ ଜିଲ୍ଲା ତରଫରୁ ଭୁବନଠାରେ ଆୟୋଜିତ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ବନ୍ଧୁମିଳନ ଓ ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଛି।
ସମସ୍ତ ପଦାଧିକାରୀ ଓ ସଦସ୍ୟଙ୍କ ମୂଲ୍ୟବାନ ଉପସ୍ଥିତି ଏବଂ ସକ୍ରିୟ ସହଯୋଗ ପାଇଁ ଅଶେଷ ଧନ୍ୟବାଦ। ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ଼, ସକ୍ରିୟ ଓ ଜନମୁଖୀ କରିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା।
ଆଜିର ପ୍ରସ୍ତୁତି ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା-
1- ସଂଗଠନର ସାଂଗଠନିକ ସୁଦୃଢ଼ୀକରଣ।
2- ଜିଲ୍ଲା ଓ ବ୍ଲକ୍ ସ୍ତରରେ ସଦସ୍ୟ ସମନ୍ୱୟ।
3- ଆଗାମୀ କାର୍ଯ୍ୟକ୍ରମର ରୂପରେଖା ଓ ପ୍ରସ୍ତୁତି।
4- ଡିଜିଟାଲ ମିଡିଆର ନୈତିକତା, ଦାୟିତ୍ୱବୋଧ ଏବଂ ସତ୍ୟନିଷ୍ଠ ସାମ୍ବାଦିକତାକୁ ଗୁରୁତ୍ୱ ଦେବା।
5- ସମସ୍ତ ସଦସ୍ୟଙ୍କ ମଧ୍ୟରେ ଏକତା, ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ବୃଦ୍ଧି।
ଏକତା ଆମର ଶକ୍ତି, ସଂଗଠନ ଆମର ପରିଚୟ।
