ଶୌଚ ହେବାକୁ ଯାଇ ବୁଡ଼ିଗଲେ ଯୁବକ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ପାଣିରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୋର ଥାନା ଗୋବିନ୍ଦପୁର ଗ୍ରାମର ଜଣେ ଯୁବକ ଶୈଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏହି ଗ୍ରାମର ସୁଶାନ୍ତ ପ୍ରଧାନ ସକାଳେ ଶୌଚ ହେବାକୁ ଘର ନିକଟରେ ଥିବା ପୋଖରୀକୁ ଯାଇଥିଲେ। ସେଠାରେ ଗୋଡ ଖସିଯିବାରୁ ପୋଖରୀରେ ବୁଡିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ସୋର ଅଗ୍ନିଶମ ବିଭାଗ ସହଯୋଗରେ ପୋଖରୀ ମଧ୍ୟରୁ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
