ବସ୍ ଧକ୍କାରେ ମହିଳା ଗୁରୁତର
____________________
ସାରସକଣା(୧୪/୭/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଓଭରବ୍ରିଜ୍ ନିକଟରେ ଆଜି ଏକ ଦୁର୍ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ସାଇକୃପା ନାମକ ବସ(ଓ.ଡ଼ି ୧୧ ଏ.ଇ-୯୧୫୯) ବାଙ୍ଗିରିପୋଷି ଆଡୁ ବାରିପଦା ଯାଉଥିବା ବେଳେ ଝାରପୋଖରିଆ ଓଭରବ୍ରିଜ ନିକଟରେ ମାନସିକ ବିକୃତ ମହିଳାଙ୍କୁ ଧକ୍କା ଦେଇଥିଲା । ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ଗୁରୁତର ମହିଳାକୁ ତୁରନ୍ତ ସ୍ଥାନୀୟ ଲୋକେ ଏନ. ଏଇଚ ର ଆମ୍ବୁଲାନ୍ସରେ ଯୋଗେ ବାରିପଦା ପି. ଏମ. ଆର. ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାର ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିବା ସହିତ ବସ ଓ ବସର ଡ୍ରାଇଭରକୁ ଥାନାକୁ ଆଣି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସାରସକଣାରୁ ଅନିଲ କୁମାର ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
