ଜନ ସମୁଦ୍ର ପାଲଟିଲା ଶେରଗଡ ବଡ଼ ଦାଣ୍ଡ , ହଜାର ହଜାର ଭକ୍ତ ଗହଳରେ ଗଡ଼ିଲା ରଥ।
ଶେରଗଡ (ରିପୋର୍ଟ :- ରାଜକିଶୋର ସାବତ, ଭଞ୍ଜଦୂତ )
ଆଜି ମହାପ୍ରଭୁ ଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଭକ୍ତ ଓ ଭଗବାନ ଙ୍କ ହେଲା ଅପୂର୍ବ ମିଳନ। ହଜାର ହଜାର ଭକ୍ତଙ୍କ ଭିଡ଼ରେ ଶେରଗଡ ବଡ଼ଦାଣ୍ଡ ପାଲଟିଲା ଜନ ସମୁଦ୍ର। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସକାଳୁ ସକାଳୁ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ସୂର୍ଯ୍ୟପୂଜା ଆଦି ସମସ୍ତ ସ୍ୱତନ୍ତ୍ର ନୀତିକାନ୍ତି ଶେଷ ହେବା ପରେ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀ ବଳଭଦ୍ର ଙ୍କ ପହଣ୍ଡି ସରିଲାପରେ ମା ସୁଭଦ୍ରା ଏବଂ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପହଣ୍ଡି ବିଜେ ହୋଇ ଠାକୁରମାନେ ରଥାରୂଢ଼ ହୋଇଥିଲେ । ଶେରଗଡ ର ରାଜା ସାହେବ ଶ୍ରୀ ପ୍ରସନ୍ନ ସିଂହ ଦେଓ ଛେରା ପହଁରା ଦେଇଥିଲେ। ରଥଯାତ୍ରାରେ ହଜାରହଜାର ଜନସମାଗମ କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ଶେରଗଡ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ଦୁର୍ଘଟଣା କିମ୍ବା ଅଘଟଣ ପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀ ସଜାଗ ରହିଥିଲେ। ସ୍ଥାନୀୟ B.D.O . ଓ ତହସିଲଦାର ଙ୍କ ଉପସ୍ଥିତି ରେ ରଥ ଟଣା ଆରମ୍ଭ ହୋଇଥିଲା। ଝିପିଝିପି ବର୍ଷା କୁ ଖାତିରି ନକରି ଭକ୍ତମାନେ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଆଡ଼ପ ମନ୍ଦିର ପର୍ଯ୍ୟନ୍ତ ରଥକୁ ଟାଣିଥିଲେ। ଭଜନ କୀର୍ତ୍ତନ, ଘଣ୍ଟ ଓ ଜୟ ଜଗନ୍ନାଥ ଧ୍ୱନି ରେ କମ୍ପିଥିଲା ଶେରଗଡ ବଡ଼ଦାଣ୍ଡ , ଭକ୍ତି ମୟ ପରିବେଶ ରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା କାର୍ଯକ୍ରମ। ରଥଯାତ୍ରା ପାଇଁ କମିଟି ଙ୍କ ତରଫରୁ ମୀନ ବଜାର ସହିତ ସବୁଦିନ ସନ୍ଧ୍ୟା ରେ ଭଜନ ସମାରୋହ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା :- { ୧୭/୦୭/୨୬ – ଅରବିନ୍ଦ ଶିଶୁ ନିକେତନ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ପରିବେଷଣ, ୧୮/୦୭/୨୬ – ସଙ୍ଗୀତ ଅର୍ପଣ ଭଜନ ସନ୍ଧ୍ୟା (ଅସ୍ତରଙ୍ଗ), ୧୯/୦୭/୨୬ – ସାମାଜିକ ନାଟକ କଟି କଟି ଡବଲ କଟି(ଶେରଗଡ) ୨୦/୦୭/୨୬- କୈବଲ୍ୟ ପସରା ଭଜନ (କୋଣାର୍କ) ୨୧/୦୭/୨୬ – ଶୁଭଶ୍ରୀ ଭଜନ (ତାପ ସାହୁ ), ୨୨/୦୭/୨୬ – ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା (ଶେରଗଡ), ୨୩/୦୭/୨୬ – ଘୁଡ଼ିକି (ବିଚିତ୍ର ବର୍ଣାଳୀ ନାଟ୍ୟ ସଂସଦ , ଦିଗପହଣ୍ଡି) ୨୪/୦୭/୨୬ – ଶ୍ରୀ ଭଜନ ସନ୍ଧ୍ୟା (ଶେରଗଡ), ୨୫/୦୭/୨୬ – ମା କଳାପାଟ ଭଜନ ସନ୍ଧ୍ୟା (ଭୁବନେଶ୍ୱର), ୨୬/୦୭/୨୬ – ନିଗମ ମୂର୍ଚ୍ଚନା ଭଜନ ସନ୍ଧ୍ୟା } ଇତ୍ୟାଦି ଅନୁଷ୍ଠିତ ହେବ।
