*ନୂଆଗଡ ରେ ଘୋଷଯାତ୍ରା* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ବ୍ଲକ ର ନୂଆଗଡ ଗ୍ରାମରେ ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ନୂଆଗଡ ଗ୍ରାମର ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ମହାପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ଙ୍କ ସହିତ ପ୍ରଭୁ ଶ୍ରୀ ସୁଦର୍ଶନଙ୍କୁ ପରମ୍ପରା ବିଧି ଅନୁଯାୟୀ ନିତି କର୍ମ ଅର୍ପଣ ପରେ ଗ୍ରାମ ବାସୀ ଙ୍କ ମିଳିତ ଉଦ୍ୟମରେ ଓ ତ୍ରିଦେବ କମିଟି ତତ୍ବାବଧାନରେ ରଥ ଟଣା ଯାଇ ମାଉସୀ ମା ମନ୍ଦିର କୁ ଅଣାଯାଇ ଅଛି। ତ୍ରିଦେବ କମିଟି ର ସଭାପତି ବିଜୟ କୁମାର ସାମନ୍ତ ଙ୍କ ଦ୍ଵାରା ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ପ୍ରଭୁ ସୁଦର୍ଶନ ରଥାରୁଢ଼ ହୋଇଥିଲେ। କୀର୍ତ୍ତନ ହରିବୋଲ, ହୁଳହୁଳି ଶଙ୍ଖ ଧ୍ୱନି ମଧ୍ୟରେ ପ୍ରଭୁ ମାଉସୀ ମା ମନ୍ଦିର ପରିସର ସମ୍ମୁଖ କୁ ଆସିଥିଲେ।ପାଖ ଆଖ ଗ୍ରାମ ର ସହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତି ଗାରିମା ମୟ କରିଥିଲା।
