*ଯୋରନ୍ଦା ମହିମାଗାଦି ରେ ଶୃଙ୍ଖଳାର ସହିତ ଦ୍ୱାଦଶ ବାର୍ଷିକ ଘୋଷଯାତ୍ରା 2026 ଶେଷ ହୋଇ ମାଉସୀମା ମନ୍ଦିର ପାଖରେ ପହଁଚିଲା l* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ ଗଁନ୍ଦିଆ ବ୍ଲକ ଯୋରନ୍ଦା ଠାରେ ଆଷାଢ଼ ଶୁକ୍ଲପକ୍ଷ ଦ୍ଵିତୀୟା ତିଥି ଇଂରାଜୀ ତା 16/07/2026ରିଖ ଗୁରୁବାର ଦିନ ଘୋଷଯାତ୍ରା ସମସ୍ତ ନୀତି କ୍ରାନ୍ତି ଅନୁସାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଶ୍ୱ କଲ୍ୟାଣ ଉଦେଶ୍ୟରେ ରତ୍ନ ସିଂହାସନ ମନ୍ଦିରରୁ ବାହାରି ପହଣ୍ଡି କରି ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ସୁଦର୍ଶନଙ୍କୁ ରଥ ଉପରେ ବିରାଜମାନ ହୋଇଥିଲେ l ତିନି ଠାକୁରଙ୍କୁ ନୀତି କ୍ରାନ୍ତିଦ୍ୱାରା ଭୋଗ ହୋଇ ଛେରାପହରା କାର୍ଯ୍ୟ ଆରମ୍ଭ ହୋଇଥିଲା,ପରେପରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ l ଏହା ପରେ ଘୋଷଯାତ୍ରା ଆରମ୍ଭ ହୋଇଥିଲା, ଘଣ୍ଟଘଣ୍ଟା ବାଦ୍ୟ ସହିତ ଭଂଜନ କୀର୍ତ୍ତନ ଦ୍ୱାରା ହଜାର ହଜାର ଭକ୍ତଙ୍କ ଦ୍ୱାରା ରଥଯାତ୍ରା ଟଣା ହୋଇ ଯୋରନ୍ଦା ଯୋଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସ୍ଥାପିତ ଗୁଣ୍ଡିଚା ମନ୍ଦିର ପର୍ଯନ୍ତ ଶୃଙ୍ଖଳାର ସହିତ ଆସି ପହଞ୍ଚିଥିଲା l ଏହି ଘୋଷଯାତ୍ରାରେ ଗଁନ୍ଦିଆ ଥାନା IIC ଓ ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କ ଓ ଷ୍ଟାପଙ୍କ ସହିତ ଯୋରନ୍ଦା ହାଇସ୍କୁଲ NCC ପିଲା ଓ ଡ୍ରାଇଭର ସଙ୍ଘ ଏହି ରଥଟଣା କାର୍ଯ୍ୟରେ ସହଯୋଗ କରିଥିଲେ, ଏହି ଘୋଷଯାତ୍ରାରେ ବହୁତ ସ୍ବେଛାସେବୀ ଅନୁଷ୍ଠାନ ଦହିପାଣି, ଦହି ସର୍ବତ, ଟାଟା ଗ୍ଳୋକଜ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବଣ୍ଟନ କରିଥିଲେ l ପରିଶେଷରେ ସନ୍ଧ୍ୟା ଘ 6.30ମିନିଟରେ ରଥାରୂଢ ପ୍ରଭୁଙ୍କ ସନ୍ଧ୍ୟା ଆଳତୀ ହୋଇଥିଲା l
