ଚିତ୍ରଡା ଧର୍ମକ୍ଷେତ୍ର ପରିସରରେ ଇତିହାସ ର ସତୀର୍ଥ- 7ର ପାଠ କର୍ମଣ ଉତ୍ସବ ପାଳିତ
ମୋରଡା,୧୬/୭ଇମିସ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡା ଧର୍ମକ୍ଷେତ୍ର ପରିସରରେ ଚିତ୍ରଡା ଇତିହାସର ପ୍ରଥମ ଭାଗ ଓ଼ ସତୀର୍ଥ-୭ “ନାୟିକାର ନାମ ମୀନା”ର ପାଠକାର୍ପଣ ଉତ୍ସବ ଆଜି ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ସଂଗଠକ ମନୋଜ କୁମାର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ପ୍ରାକ୍ତନ ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି,ପ୍ରଣାମ ଚିତ୍ରଡା ଫାଉଣ୍ଡେସନର ପ୍ରତିଷ୍ଠାତା ଜଗତଜ୍ୟୋତି ମାଜୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଚିତ୍ରିତ ପୁସ୍ତକର ପ୍ରକାଶିକା ମଞ୍ଜୁଶ୍ରୀ ରୟ ବରେଣ୍ୟ ଅତିଥି, ଆଇନଜୀବି ଅନ୍ତର୍ଯ୍ୟାମୀ ବେହେରା,ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ ସେନାପତି, ଗାଳ୍ପିକ ହୃଷିକେଷ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଚିତ୍ରଡା ଶିବ ମନ୍ଦିରର ମୁଖ୍ୟ ପୂଜକଙ୍କ ଦ୍ୱାରା ମନ୍ତ୍ର ପାଠ ପରେ ଅତିଥି ମାନଙ୍କ ଦ୍ୱାରା ଉକ୍ତ ଦୁଇଟି ପୁସ୍ତକ ଲୋକାର୍ପଣ ହୋଇଥିଲା। ଆରମ୍ଭ ହୋଇଥିଲା। ଚିତ୍ରଡା ଇତିହାସ ପ୍ରଥମ ଭାଗରେ ଚିତ୍ରଡାର ନାମ କରଣ, ଚିତ୍ରଡାର ସୁସନ୍ତାନ, ଚିତ୍ରଡାରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିର, ଚିତ୍ରଡା ଛଉ ନୃତ୍ୟ ଆଦି ବିଭିନ୍ନ ପ୍ରସଙ୍ଗ ବିସ୍ତୃତ ଭାବେ ସ୍ଥାପନ ହୋଇଛି ବୋଲି ଅତିଥିଗଣ ମତ ପ୍ରଦାନ କରିଥିଲେ। ଉକ୍ତ ପୁସ୍ତକ ଗାଳ୍ପିକ ହୃଷିକେଶ ବେହେରା ନିଜ ଲେଖନୀ ମୁନରେ ଲେଖି ଥିବା ବେଳେ ଅନ୍ତର୍ଯ୍ୟାମୀ ବେହେରା, ଅଶ୍ୱନୀ କୁମାର ସେନାପତି ପୁସ୍ତକକୁ ସମୀକ୍ଷା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ଉପସ୍ଥାପିକା ସୁଶ୍ରୀ ସୁହାନା,ଶ୍ରେୟସୀ ବାରିକ ଓ଼ ହିତୈଷୀ ସାହୁ ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପର୍ଟ ଭଞ୍ଜଦୂତ ଖବର
