*ବେଲଟିକିରି ଗ୍ରାମ ରେ ଆଡ଼ମ୍ବରପୂର୍ଣ୍ଣ ଭାବେ ରଥଯାତ୍ରା ଅନୁଷ୍ଠିତ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଓ ଏକାଦଶୀ ବେହେରା) ଢେଙ୍କାନାଳ ସଦର
ବେଲଟିକିରିରେ ପବିତ୍ର ରଥଯାତ୍ରା ଉତ୍ସବ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଓ ଜଂଖିରା ଶ୍ରୀ ଚୈତନ୍ୟ ମଠରୁ ପୁଷ୍ପା ଭାର ଦହି କ୍ଷୀର ଆସିଥିଲା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ବିରାଜମାନ କରାଯାଇ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ରଥ ଟଣାଯାଇଥିଲା।
ଏହି ଅବସରରେ ଭଜନ, କୀର୍ତ୍ତନ ଓ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ଓ ପୂଜା କମିଟିଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବରେ ସମଗ୍ର କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ରଥଯାତ୍ରାରେ ଆଖପାଖ ଅଞ୍ଚଳରୁ ମଧ୍ୟ ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିଥିଲେ।
