ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମା ପାଇଁ ଗଛ ଟିଏ
(ରମେଶ ଅଗ୍ରୱାଲ.:ନିପ୍ର)
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମା ପାଇଁ ଗଛ ଟିଏ ଏବଂ ଗଛ ଲଗାଅ ପରିବେଶ ବଞ୍ଚାଅ ଲକ୍ଷ୍ଯ ଓ ଉଦ୍ଦେଶ୍ଯରେ ଚିନ୍ମୟ କେୟାର କ୍ଲବ ଏବଂ ବରିଷ୍ଠ ନାଗରିକ ସଂଘ ର ମିଳିତ ଉଦ୍ଯମରେ ଭବାନିପାଟଣା ବ୍ଲକ ଅନ୍ତର୍ଗତ ପରମାନନ୍ଦପୁର ଅଞ୍ଚଳ ଉପକା ଭଟ୍ଟାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କ୍ଲବର ପ୍ରତିଷ୍ଠାତା ଶ୍ରୀ ଚିତ୍ତରଞ୍ଜନ ଶତପଥୀଙ୍କ ନେତୃତ୍ବରେ ଓ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଶ୍ରୀ ଗିରିଜା ଶଙ୍କର ବାବୁଙ୍କ ସହଯୋଗରେ ବର୍ଷା ହେବା ସତ୍ୱେ ୫୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଗଲା। ଏହି ବୃକ୍ଷ ରୋପଣ ଜାଗାରେ ଆଗାମୀ ଦିନରେ ଚିନ୍ମୟ କେୟାର କ୍ଲବ ତରଫରୁ ପ୍ରସ୍ତାବିତ ଥିବା ଏକ ବୃଦ୍ଧାଶ୍ରମ ଓ ଗୋଶାଳା ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି ବୋଲି କ୍ଲବର ପ୍ରତିଷ୍ଠାତା ଶ୍ରୀ ଶତପଥୀ କହିଛନ୍ତି।ପ୍ରତ୍ୟେକ ବର୍ଷ ବୃକ୍ଷ ରୋପଣ ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ମିଳିତ ଭାବରେ ନିଷ୍ପତ୍ତି ମଧ୍ଯ ନିଆଗଲା । ଏହି ଅବସରରେ କ୍ଲବର ସାଧାରଣ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ମହାପାତ୍ର, ରବିନ୍ଦ୍ରନାଥ ଦାସ, ଦୁର୍ଗା ପ୍ରସାଦ ଦାସ, ମୁରଲୀ ମୋହନ ସାହୁ, ସମାଜସେବୀ ଲକ୍ଷ୍ମୀନାରାୟଣ ପଣ୍ଡା, ଦୂପନ୍ ଗହୀର, କୁରୁ ପ୍ରମୁଖ ଉପସ୍ଥିତ ରହି ବହୁତ ସାରା ବୃକ୍ଷ ରୋପଣ କରିଥିଲେ।
