ସୋରରେ ସାପ ଆତଙ୍କ :
*୧୫ଦିନ ଭତରେ ୧୨୪ଜଣ ଡାକ୍ତରଖାନାରେ ଭର୍ତ୍ତି*
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋରରେ ସାପ ଆତଙ୍କ ବର୍ଷା ଋତୁ ଆରମ୍ଭ ରେ ଦେଖିବାକୁ ମିଳିଛି। ଗତ ୧୫ ଦିନ ମଧ୍ୟରେ ୧୦୦ ରୁ ଉର୍ଦ୍ଧ ସାପ କାମୁଡା କେସ୍ ସୋର ଡାକ୍ତରଖାନା କୁ ଆସିଥିବା ଜଣା ପଡିଛି। ବର୍ଷାଋତୁ ଆରମ୍ଭରୁ ସୋରରେ ସାପ ଆତଙ୍କ ଦେଖିବାକୁ ମିଳିଛି। ସେମାନଙ୍କୁ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ; ଗତ ୭ ତାରିଖ ରାତିରେ ବାଲିପୁର ଗ୍ରାମର ପ୍ରିୟବ୍ରତ ଦାସ(୩୫) ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡିଥିଲା। ଫଳରେ ସେ ସକାଳେ ସୋର ଡାକ୍ତରଖାନାକୁ ଆସି ରକ୍ତ ପରୀକ୍ଷା କରିଥିଲେ। ସେହିପରି ସବିରା ଗ୍ରାମର ରଞ୍ଜିତା ପରିଡା(୪୧) ସକାଳେ ଫୁଲ ତୋଳୁଥିବା ବେଳେ ସାପ କାମୁଡାର ଶିକାର ହୋଇଥିଲେ। ମୋବରକପୁର ଗ୍ରାମର ଆରାଧନା ପାତ୍ର (୫୨)ମଧ୍ୟ ଫୁଲ ତୋଳୁଥିବା ବେଳେ ସାପ କାମୁଡାର ଆହତ ହୋଇଥିଲେ ଓ ମଧୁସୁଦନପୁର ଗ୍ରାମର ଳକମଳାକାନ୍ତ ସେଠୀ(୫୩) ସକାଳେ ଘର ପାଖ ପଡିଆରେ ବୁଲୁଥିବା ବେଳେ ସାପ କାମୁଡାରେ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହିପରି ଭାବେ ଆଜି ସଂଧ୍ୟା ପର୍ଯ୍ୟନ୍ତ ସୋରର ବିଭିନ୍ନ ଅଞ୍ଚଳରୁ ୧୮ରୁ ଅଧିକ ଲୋକ ସାପ କାମୁଡାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସୋମନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ସୋର ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ସତ୍ୟଭାମା ସାହୁ,ସଞ୍ଜୁଲତା ପୁଥାଳ,ସୁକଦେବ ଭୋମିକ,ପ୍ରଫୁଲ୍ଲ ବେହେରା,ଉମାକାନ୍ତ ଜେନା,ରବୀନ୍ଦ୍ର ଘଡେଇ ଓ କନକଲତା ସାହୁ ପ୍ରମୁଖଙ୍କ ସମେତ ୧୫ରୁ ଅଧିକ ଲୋକ ସାପ କାମୁଡାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବିଶେଷ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଏକ ସପ୍ତାହ ମଧ୍ୟରେ ସୋରର ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ୧୨୪ରୁ ଅଧିକ ଲୋକ ସାପ କାମୁଡାର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସୋମନଙ୍କୁ ମଧ୍ୟରୁ ୧୫ରୁ ଅଧିକ ଲୋକ ଗୁରୁତର ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ସୋରରେ ଦିନକୁ ଦିନ ସାପ କାମୁଡା ସଂଖ୍ୟା ବଢ଼ି ଥିବାରୁ ସାଧାରଣ ରେ ଆତଙ୍କ ଖେଳିଯାଇଛି। ବର୍ତ୍ତମାନ ସାପ ମାନଙ୍କର ପ୍ରଜନନ ସମୟ ହୋଇଥିବାରୁ ସାପ ମାନେ ଭୟ ପାଇ କାମୁଡୁଥିବାର ସାପ ଧରାଳି ସାଗର ସିଂ କହିଛନ୍ତି କହିଛନ୍ତି। ସେହିପରି ସୋର ଡାକ୍ତରଖାନା ର ଅଧିକ୍ଷକ କାଶୀନାଥ ପଣ୍ଡା ଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ପାଖରେ ଯଥେଷ୍ଟ ସାପ କାମୁଡା ମେଡିସିନ ଉପଲବ୍ଧ ଅଛି। ସାପ କାମୁଡ଼ିବା ମାତ୍ରେ ଯଥାଶୀଘ୍ର ଡାକ୍ତରଖାନା କୁ ଆସି ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଇଛନ୍ତି।
