କାଙ୍ଗୁଲାରେ ପ୍ରଭାତୀ ଫିଳିଙ୍ଗ ଷ୍ଟେସନର ଭବ୍ୟ ଉଦଘାଟନ ରେ ଯୋଗ ଦେଲେ ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ (ବାପୁ ଭାଇ)
ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଙ୍ଗୁଲା ଠାରେ ନବ ପ୍ରତିଷ୍ଠିତ ଏମ/ଏସ ପ୍ରଭାତୀ ଫିଳିଂଷ୍ଟେସନର ଭବ୍ୟ ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ (ବାପୁ ଭାଇ) ମୁଖ୍ୟ ଅତିଥିଭାବେ ଯୋଗଦେଇ ଫିଲିଂ ଷ୍ଟେସନର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ପ୍ରତିଷ୍ଠାନର ପ୍ରୋପ୍ରାଇଟର ଶ୍ରୀମତୀ ପ୍ରଭାତୀ ଧର ଓ ସମଗ୍ର ଧର ପରିବାରକୁ ଶୁଭେଚ୍ଛା ଜଣାଇବା ସହ ପ୍ରତିଷ୍ଠାନର ଉତ୍ତରୋତ୍ତମ ସଫଳତା କାମନା କରି ଥିଲେ । ସେ କହିଥିଲେ ଯେ ଏହି ଫିଲ୍ଲିଂ ଷ୍ଟେସନ ସ୍ଥାନୀୟ ଅଞ୍ଚଳବାସି ଙ୍କୁ ଉନ୍ନତ ମାନର ସେବା କରିବା ସହ ଅଞ୍ଚଳର ଆଥିକ ବିକାଶରେ ମଧ୍ୟ ସହାୟକ ହେବ । ଉଦଘାଟନ ଉତ୍ସବ ରେ ଅନୁଗୋଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରଯୁକ୍ତ ଅରୁଣା ଭ ସିଂ ରାଜ୍ୟଯୁବ ସାଧାରଣ ସମ୍ପାଦକ ଚନ୍ଦ୍ର କାନ୍ତ ପ୍ରଧାନଙ୍କ ସମେତ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଜନପ୍ରତିନିଧି ଓ
ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ । ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
