*ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ସରକାରଙ୍କୁ ନିବେଦନ।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୧୪.୭.୨୦୨୬
ଓଡ଼ିଶା ସରକାରଙ୍କ ନିକଟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଦୀର୍ଘ ଦିନ ହେଲା ସ୍ମାରକ ପତ୍ର ପ୍ରଦାନ କରିଥିଲେ ମଧ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି।
ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପ୍ରତ୍ୟେକ ବର୍ଷ “ପବିତ୍ର ଗୁରୁ ଦିବସ” ମର୍ଯ୍ୟାଦା ଜନକ ଜାତୀୟ ପୁରସ୍କାର (ରାଷ୍ଟ୍ରପତି ପୁରସ୍କାର) ପାଉଛନ୍ତି। ଭାରତ ର ଅନେକ ରାଜ୍ୟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୁଇଟି ଇନକ୍ରିମେଣ୍ଟ ଦିଆଯିବା ସହିତ ସେବା ଅବଧି ବୃଦ୍ଧି କରାଯିବା ସହିତ ଶିକ୍ଷା କମିଟି ରେ ସାମିଲ କରାଯିବା ସହିତ ବହୁବିଧ ସୁବିଧା ସୁଯୋଗ ଦିଆଯାଉଛି। ଏହି ବିଷୟରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓଡ଼ିଶା ସରକାର, ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ଓଡ଼ିଶା ସରକାର, ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଙ୍କୁ ଅନେକ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି। ତଥାପି ଓଡ଼ିଶା ସରକାର ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଶିକ୍ଷା ର ମାନଦଣ୍ଡ ବୃଦ୍ଧି କରୁଥିବା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମସ୍ୟା କୁ ବୁଝୁ ନାହାନ୍ତି। ଏଣୁ ଦୁଃଖ ର ସହିତ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ଯା ର ଆଶୁ ସମାଧାନ ପାଇଁ “ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆରେ ଓଡିଶା ସରକାର ଙ୍କ ସଦୟ ଦୃଷ୍ଟି ଆକର୍ଷଣ କରିଛନ୍ତି।ଆଶା ଶିକ୍ଷା ର ବିକାଶ କ୍ଷେତ୍ରରେ କାମ କରୁଥିବା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମସ୍ୟା ର ସମାଧାନ କରାଗଲେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଶେଷ ଉପକୃତ ହେବେ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଏକ ଲିଖିତ ପ୍ରେସ ବାର୍ତ୍ତା ରେ ଜଣାଇଛନ୍ତି।
