*ଗଁଦିଆ ସ୍ମୃତି ସଂସଦ ତରଫରୁ ଅବସର ପ୍ରାପ୍ତ ଶିକ୍ଷକ କୋଦଣ୍ଡ ଧର ସାହୁ ଙ୍କ ସ୍ମୃତି ସଭା।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୧୪.୭.୨୦୨୬
ଅବସର ପ୍ରାପ୍ତ ଶିକ୍ଷକ ସଫଳ ଚାଷୀ , ଉଦ୍ଯାନବିତ୍, ଧର୍ମ ପରାୟଣ ବ୍ୟକ୍ତି ସ୍ବର୍ଗତ କୋଦଣ୍ଡ ଧର ସାହୁ ଙ୍କ ସ୍ମୃତି ଚାରଣ ସଭା ଗଁଦିଆ ସ୍ମୃତି ସଂସଦ ଆନୁକୁଲ୍ୟରେ ତାଙ୍କ ପରିବାର ବର୍ଗଙ୍କ ସହଯୋଗ ରେ ଇଲେଇଜଙ୍ଗ ଦୋଳ ପଡିଆ ରେ ଏକ ଭାବପୂର୍ଣ୍ଣ ପରିବେଷରେ ଜୁଲାଇ ମାସ ୧୪ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଗଁଦିଆ ସ୍ମୃତି ସଂସଦ ର ସଭାପତି ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ, କବି, ଲେଖକ, ପ୍ରାବନ୍ଧିକ, ଗାଳ୍ପିକ ତଥା ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସିବିଆଇ ନ୍ୟାୟ ମୂର୍ତ୍ତି ଭିକାରୀ ଚରଣ ରାଉତ ସ୍ବର୍ଗତ କୋଦଣ୍ଡ ଧର ସାହୁ ଙ୍କ ବହୁ ମୂଖି ପ୍ରତିଭା ଉପରେ ଆଲୋକପାତ କରି ଢେଙ୍କାନାଳ ଜିଲ୍ଲା ଏକ ବିଶିଷ୍ଟ ବ୍ୟକ୍ତି ଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀ ସାହୁ ଙ୍କ ଉନ୍ନତ କୃଷି ପ୍ରଣାଳୀ ଚାଷ, ଗୋପାଳନ, ଉଦ୍ୟାନ ସହିତ ଶିକ୍ଷାଦାନ ଶୈଳୀ ର ଆଲୋଚନା କରି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ। ଗଁଦିଆ ସ୍ମୃତି ସଂସଦ ର ଉପଦେଷ୍ଟା ଦଣ୍ଡଧର ସାହୁ, ମଙ୍ଗୁଳି ଚରଣ ବିଶ୍ବାଳ, ଉପସଭାପତି ଡମ୍ବରୁଧର ସେଠୀ, ସମ୍ପାଦକ ତାପସ କୁମାର ରାଉତ ପ୍ରାକ୍ତନ ପୋରୁହଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ରତିକାନ୍ତ ସାହୁ,ଗଁଦିଆ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ର ସମ୍ପାଦକ ରାଘଵ ଚନ୍ଦ୍ର ମହାରଣା, ସଂଯୋଜକ ଅଭିମନ୍ୟୁ ଦାସ, ଦେବରାଜ ଓଝା, ବରିଷ୍ଠ ସଭ୍ୟ କୃଷ୍ଣ ଚନ୍ଦ୍ର ସାହୁ, ଉମେଶ ଚନ୍ଦ୍ର ଧୀର ଙ୍କ ସହିତ ଆଶୁ କବି ମଧୁସୂଦନ ବେହେରା, ଶ୍ରୀ ରାମଚନ୍ଦ୍ର ପୁର ଆଞ୍ଚଳିକ ବାଦ ପାଲା ମଞ୍ଚ ର ସମ୍ପାଦକ ବିଦ୍ୟାଧର ସାହୁ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭ୍ରମର ବର ସାହୁ, ଶ୍ରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରବଚକ ତଥା ଉପାସକ ଚାରଣ ଅରୁଣ କୁମାର ପୁହାଣ, ଅବସର ପ୍ରାପ୍ତ ଗଁଦିଆ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁ, ଅବସର ପ୍ରାପ୍ତ ବିଦ୍ୟୁତ କର୍ମଚାରୀ କୈଳାସ ଚନ୍ଦ୍ର ବେହେରା , ଙ୍କ ସହିତ ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଘଡାଇ, ଚଳଚ୍ଚିତ୍ର ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା, ଯୁଦ୍ଧ ଜାହାଜ କମ୍ପାନୀ ଭାରତ ସରକାରଙ୍କର ଗୋଷ୍ଠୀ ସାଧାରଣ ପରିଚାଳକ ପ୍ରଦୀପ୍ତ କୁମାର ସାହୁ ଉପସ୍ଥିତ ହୋଇ ସ୍ମୃତି ଚାରଣ କରିଥିଲେ। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଓ ସ୍ମୃତି ସଂସଦ ର ଉପଦେଷ୍ଟା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦଣ୍ଡଧର ସାହୁ ଙ୍କ ସ୍ମୃତି ଅର୍ଘ୍ୟ ସ୍ମୃତି ସ୍ମାରକୀ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସ୍ବର୍ଗତ ସାହୁ ଙ୍କ ପୁତ୍ର, ସନ୍ତୋଷ , ଶରତ, ଶିଶିର, ଶ୍ରୀବତ୍ସ, ବୁଢା ଙ୍କ ସହିତ ନାତି ମାନଙ୍କୁ ପ୍ରଦାନ କରାଯାଇଥିଲା। ସ୍ବର୍ଗତ ସାହୁ ଙ୍କ ଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଯୋଜକ ଶ୍ରୀ ଓଝା ଶ୍ରୀମଦ୍ ଭଗବତ ର
ପଞ୍ଚ ଦଶ ଅଧ୍ୟାୟ ଗାନ କରିବା ସହିତ ଭକ୍ତି ସଙ୍ଗୀତ ଗାନ କରିଥିବା ବେଳେ ସଭାପତି ଶ୍ରୀ ସାହୁ ସଂଯୋଜକ ଶ୍ରୀ ଦାସ ଶାନ୍ତି ପାଠ କରିଥିଲେ। ପରିବାର ବର୍ଗଙ୍କ ସହିତ ବନ୍ଧୁବାନ୍ଧବ ମାନେ ସକ୍ରିୟ ସହଯୋଗ କରିଥିଲେ।
