ରଣାଲଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲ ସଭାପତି ଚୟନ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରା, ଉଦୟଗିରି ବ୍ଲକ ଅନ୍ତର୍ଗତ ରଣାଲଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବିଦ୍ୟାଳୟ ପରିଚାଳନା କମିଟି (SMC)ର ସଭାପତି ଚୟନ କାର୍ଯ୍ୟକ୍ରମ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (OSEPA)ଙ୍କ ନିର୍ଦ୍ଦେଶିକା ଅନୁଯାୟୀ ସ୍ୱଚ୍ଛ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମ୍ପନ୍ନ ହୋଇଛି।
ଏହି ବୈଠକରେ ବିଦ୍ୟାଳୟର ଅଭିଭାବକ, ଶିକ୍ଷକ, ସ୍ଥାନୀୟ ଜନପ୍ରତିନିଧି ଏବଂ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେଇ ସଭାପତି ଚୟନ ପ୍ରକ୍ରିୟାକୁ ସଫଳ କରିଥିଲେ। ସଭାରେ SMCର ଦାୟିତ୍ୱ, ବିଦ୍ୟାଳୟର ସାମଗ୍ରିକ ବିକାଶ, ଶିକ୍ଷାର ମାନୋନ୍ନତି, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ବିଦ୍ୟାଳୟ ପରିଚାଳନାରେ ଅଭିଭାବକଙ୍କ ସକ୍ରିୟ ଭୂମିକା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।ଶେଷରେ ସର୍ବସମ୍ମତିକ୍ରମେ ରଣାଲଇ ଗ୍ରାମର ଜ୍ୟୋତିଷ କରାଡ଼ ଙ୍କୁ ନୂତନ ସଭାପତି ଭାବେ ଚୟନ କରାଯାଇଥିଲା। ଏବଂ ଉପ – ସଭାପତି ଶ୍ରୀ ମତୀ ରେବତୀ ପାଇକ ଏବଂ କମିଟି ରାଜେଶ ଛିଞ୍ଚାଣୀ, ବିଦୂତ ପାଣି, ତିମଥୀ ପାଣି, ଗୋପାଳ କୃଷ୍ଣ ଦଣ୍ଡସେନା, ବଳଭଦ୍ର କାର୍ଜି, ଅଜୟ ପାଇକ, ପ୍ରମିଳା ରଣଜିତ, ସବେତ୍ରୀ ରଣଜିତ, ଧରିତ୍ରୀ ବଡ଼ନାୟକ, ରିନି ପାଳ, ଶୁଭଦିନୀ ମାଳି, ଚୁମ୍କି ବିଷୟୀ, ସୁନେମିୟା ଜୟପତି, ପ୍ରମିତା ରାଣୀ ବିଷୟୀ ପୁଣି ସ୍କୁଲ ର ପ୍ରଧାନ ଶିକ୍ଷକ ସହ ସ୍କୁଲ ର ସବୁ ଶିକ୍ଷକ ଶିକ୍ଷୟତ୍ରୀ ଗଣଙ୍କ ଉପସ୍ଥିତ ରେ ସମସ୍ତେ ନବନିର୍ବାଚିତ ସଭାପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଦ୍ୟାଳୟର ସର୍ବାଙ୍ଗୀଣ ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।
