
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଚୋର ମାନଙ୍କ ଚୋରା ଭୂମି ପାଲିଟିଛି ସୋର । କିଛି ଦିନ ର ବିରାମ ପରେ ସୋର ରେ ପୁଣି ଚୋରି ହୋଇଛି। ଗୋଟିଏ କି ଦୁଇଟି ମନ୍ଦିର ର ନୁହେଁ ଏକା ସହ ତିନୋଟି ମନ୍ଦିରରେ ଚୋରି ହୋଇଛି । ଚୋରଙ୍କ ଟାର୍ଗେଟରେ ମନ୍ଦିର, ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସିରିଜ ଚୋରୀ। ବାଲେଶ୍ୱର ଜିଲ୍ଲା ସୋର ଥାନା ମୁଳିସିଂ ପଞ୍ଚାୟତ ଉଲ୍ଲାସଖଡଗପୁର ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ତିନୋଟି ମନ୍ଦିରରୁ ଚୋରି ହୋଇଛି l ଆଜି ସକାଳେ ପୂଜକ ପୂଜା ପାଇଁ ଆସିବା ପରେ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ l ତେବେ ଗାଁରେ ଥିବା ରାଧାକୃଷ୍ଣ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ଓ ଚଣ୍ଡୀ ମନ୍ଦିରରୁ ଚୋରୀ ହୋଇଛି l ଚୋର ମାନେ ଠାକୁରଙ୍କର ରୂପା ଅଳଙ୍କାର ସହିତ ଦାନ ବାକ୍ସ ନେଇଯାଇଛନ୍ତି l ସୋର ଅଞ୍ଚଳରେ ପୁଣି କିଛିଦିନର ବ୍ୟବଧାନରେ ଏବେ ଗ୍ରାମଞ୍ଚଳରେ ଚୋର ମାନେ ମାତି ଥିବାରୁ ପୁଣିଥରେ ଚୋର ଭୟ ଦେଖିବାକୁ ମିଳିଛି। ସୋରରେ ବାରମ୍ବାର ଲୋକଙ୍କ ଘରୁ ଚୋରି, ଡକାୟତି ସାଧାରଣ ଘଟଣା ହୋଇଯାଇଥିବା ବେଳେ ଏବେ ମନ୍ଦିର ଚୋରି ସୋର ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ସୋର ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରିଥିବା ବେଳେ ସୋର ବାସୀଙ୍କୁ ସୁରକ୍ଷା ସହ ଧାର୍ମିକ ସ୍ଥଳ ଗୁଡିକର ସୁରକ୍ଷା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।