ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ): ଲକ୍ଷ୍ମୀ ବସରେ ପୁର୍ବରୁ କାର୍ଯ୍ୟ କରୁଥିବା ଜଣେ କଣ୍ଡକ୍ଟରକୁ ଲକ୍ଷ୍ମୀବସର ସୁପରଭାଇଜର ମାନସିକ ନିର୍ଯ୍ୟାତନା ଦେବା ସହିତ କାର୍ଯ୍ୟରୁ ବାହାର କରିଥିବା ପ୍ରତିବାଦରେ ଉକ୍ତ କଣ୍ଡକ୍ଟର ଜଣଙ୍କ ଆଜି ଲକ୍ଷ୍ମୀବସ ଅଟକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତେଣ୍ଟେଇ ପଞ୍ଚାୟତ ତେଣ୍ଟେଇ ଗ୍ରାମରେ। ପ୍ରତିଦିନ ଭଳି ଆଜି ସକାଳେ ଏହି ଲାଇନରେ ଯାଉଥିବା ଲକ୍ଷ୍ମୀ ବସଟି ତେଣ୍ଟେଇ ଗ୍ରାମକୁ ଯାଇଥିବା ବେଳେ ପୁର୍ବରୁ ସେହି ବସରେ କଣ୍ଡକ୍ଟର ଭାବେ କାମ କରୁଥିବା ରାଜେନ୍ଦ୍ର କୁମାର ମଳିକ ଗାଡିକୁ ଅଟକ ରଖି ପରିବାର ସହ ଗାଡି ସମ୍ମୁଖରେ ବସି ରହିଥିଲେ। ତାଙ୍କୁ ସୁପରଭାଇଜର ମାନେ ମାନସିକ ନିର୍ଯ୍ୟାତନା ଦେବା ସହିତ ତାଙ୍କୁ ବଦନାମ କରିବବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଥିଲେ । ମାତ୍ର ଏନେଇ ସେ ବାରମ୍ବାର ଉପରରିସ୍ଥ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ନ ମିଳିବାରୁ ସେ ଧାରଣା ଦେଇଥିବା ପ୍ରକାଶ କରିଛନ୍ତି। ବସ ବନ୍ଦ ହେବା କାରଣରୁ ବସକୁ ଅପେକ୍ଷା କରିଥିବା ଅନେକ ଲୋକ ଅସୁବିଧାକୁ ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।
