ବାଲିଆପାଳ (ସେଖ ଆଜାରୁଦ୍ଦିନ) : ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାରେ ଜଳସ୍ତର ବୃଦ୍ଧିପାଇ ବାଲିଆପାଳ ବ୍ଲକର ନଦୀକୂଳିଆ ପଞ୍ଚାୟତ ଗୁଡ଼ିକର ବହୁ ଗ୍ରାମ ଗୁଡିକରେ ବନ୍ୟାପାଣି ପ୍ରବେଶ କରିଛି l ବନ୍ୟା ଘେରରେ ବହୁ ଗ୍ରାମ ଜଳମଗ୍ନ ହେବା ସହ କିଛି ଗ୍ରାମ ବାହ୍ୟ ଜଗତ ଠାରୁ ବିଛିନ୍ନ ହୋଇଯାଇଛି।ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ ରଖି ବସ୍ତା ବିଧାୟିକା ସୁବାସିନୀ ଜେନା ଶନିବାର ସକାଳୁ ଠାରୁ ଦିନତମାମ ନଦୀକୂଳିଆ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ବିଧାୟିକା ଜେନା ମଧୁପୁରା ପଞ୍ଚାୟତର ଚୌଧୁରୀକୁଦ, ଚଡ଼ବସ୍ତକାଳରୁଇ, ପଞ୍ଚୁରୁଖି , ଅସ୍ତି ପଞ୍ଚାୟତର ବଢ଼ାପାଳ, ସର୍ଦ୍ଦାର ସାହି, ଦତ୍ତସାହି, ନିଖିରା ପଞ୍ଚାୟତର ମାନପୁର, ପାଳପଡ଼ା , ଚଡପାଳପଡ଼ା, ଘଣ୍ଟୁଆ ପଞ୍ଚାୟତର ମାଳିକୁଦ, ଜାମକୁଣ୍ଡା ପଞ୍ଚାୟତର ଲକପାଳ, ଜାମକୁଣ୍ଡା ଲକ୍ ଓ ବାଲିଆପାଳ ପଞ୍ଚାୟତର ସୁଙ୍ଗମୁହଁ ଇତ୍ୟାଦି ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦା ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବିଷୟ ବୁଝି ଜିଲ୍ଲା ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ। ଜାମକୁଣ୍ଡା ଲକ୍ ନିକଟରେ ବିଷ୍ଣୁପୁର ପଞ୍ଚାୟତ ଇକଡ଼ପାଳ ଗ୍ରାମର ଏକ ଯୁବକ ରାସ୍ତା ପାର ହେଉଥିବା ସମୟରେ ବନ୍ୟା ପାଣିରେ ଭାସିଯାଇ ନିଖୋଜ ଅଛି। ଏହି ଖବର ପାଇ ବସ୍ତା ବିଧାୟିକା ସୁବାସିନୀ ଜେନା ଜାମକୁଣ୍ଡା ଲକ୍ ନିକଟରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ଯୁବକଟିର ଉଦ୍ଧାର ନିମନ୍ତେ ଯୋଗାଯୋଗ କରିଥିଲେ। ବିଧାୟିକା ଜେନାଙ୍କ ସହିତ ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ, ବେଣୁଧର ଜେନା, ଜିଲ୍ଲାପରିଷଦ ପ୍ରତିନିଧି ସୁନିଲ ଜେନା, ଯୁବନେତା ସୌମ୍ୟଦୀପ ଚକ୍ରବର୍ତ୍ତୀ, ଜଗବନ୍ଧୁ ଜେନା, ବରିଷ୍ଠ ନେତା ଭାସ୍କର ଚନ୍ଦ୍ର ସାହୁ, ମନ୍ମଥ ମାଣିକ, ଅଦୈତ୍ୟ ଦାସ ଅଧିକାରୀ, ହରେକୃଷ୍ଣ ଜେନା, ଗଣେଶ ବାରିକ, ବସନ୍ତ ମହାନ୍ତି, ମନ୍ମଥ ବାରିକ, ଇମତିଆଜ ସାହା ପ୍ରମୁଖ ବହୁ ନେତୃବୃନ୍ଦ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ l
