ବ୍ରହ୍ମବରଦା ଅଙ୍ଗନବାଡ଼ି କେନ୍ଦ୍ର ନଂ – 11 ରେ ତାଲା
ରିପୋର୍ଟ -ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଅଙ୍ଗନବାଡ଼ି କେନ୍ଦ୍ର ନଂ- 11 ରେ ତାଲା ଝୁଲୁଛି ଥିବାର ଦେଖା ଯାଇଥିଲା।କେନ୍ଦ୍ର ଟି ବସ୍ତିର ଆଢ଼ୁଆଳରେ ଥିବାରୁ ତାହାର ସୁଯୋଗରେ ଅଙ୍ଗନବାଡି କର୍ମୀ ଓ ସହାଯ୍ୟକାରୀ ଫାଇଦା ମାରି ଚାଲିଛନ୍ତି।ଯାହାକି ବ୍ଲକ ର ସୁପର ଭାଉଜଙ୍କ ହାତରେ ଏଭଳି ଚାଲିଛି।ଘରେ ବସି ଏମାନେ ମାସକୁ ମାସ ରିପୋର୍ଟ ଠିକ୍ ଦେଉଛନ୍ତି ହେଲେ ନିଛକ ସତ କହିବାକୁ ଗଲେ ସିଡିପିଓ ଓ ସୁପରଭାଜରଙ୍କ ସଲା ସୁତୁରାରେ କେନ୍ଦ୍ର ଟି ଚାଲୁଥିବା ର ଲକ୍ଷ୍ୟ କରାଯାଉଛି। ଆମେ ସିଡିପିଓ ଏବଂ ସୁପରଭାଇଜର ସହ କଥା ହେଲା ପରେ ବି କଥାକୁ ହେ ଜ୍ଞାନ ମନେ କରିଥିଲେ। କେନ୍ଦ୍ର ଟି କେତେବେଳେ ଚାଲୁଛି ତ କେତେବେଳେ ବନ୍ଦ ରହୁଛି ତାହାର ଠିକ୍ ଠିକଣା ନାହଁ। ସରକାର ଙ୍କ ତରଫରୁ ଅଙ୍କନ ବାଡି କେନ୍ଦ୍ରକୁ ଆସୁଥିବା ସୁଜୀ,ଛତୁଆ ,ସୋଲା,ଖଜୁରୀ ବାଦାମ ଲଡୁ, ସୋୟାବିନ, ଅଣ୍ଡା ,ଭଳି ପୃଷ୍ଠିକର ଖାଦ୍ୟ ଯାଉଛି କୁଆଡେ ଏହା ଉପୋଭୋକ୍ତା ଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।ଦେଖାଯାଉ ଆଗାମୀ ଦିନରେ ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ଦାବି କରାଯାଉଛି।ସିଡିପିଓ କହିବା କଥା ଆପଣ ଯାହା କରିବା କଥା କରନ୍ତୁ।
