ସ୍ଲୋଗ୍: ବିଭାଗ ଦ୍ୱାରା ବିପୁଳ ମହୁଲ ପୋଚ ନଷ୍ଟ, ଦୁଇଜଣ ଗିରଫ
ଆଙ୍କର:ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ମଦ ମାଫିଆଙ୍କ ଦାଦାଗିରି ବଢ଼ୁଥିବା ବେଳେ, ଅବକାରୀ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ଉମରକୋଟ ଓ ଝରିଗାଁ ଆଖପାଖ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଇଥିବା ସୂଚନା ମିଳିଥିଲା।
ଆଜି ଉମରକୋଟ ଅବକାରୀ ବିଭାଗ ଇନ୍ସପେକ୍ଟର ଶ୍ରୀମତୀ ରଞ୍ଜୁଲତା ବାରିକଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଅଭିଯାନ ସମୟରେ ପ୍ରାୟ ୧୦୦୦ ଲିଟରରୁ ଅଧିକ ମହୁଲ ପୋଚ ଓ ଚୋରା ମଦକୁ ନଷ୍ଟ କରାଯାଇଥିଲା।
ଏହି ଘଟଣାରେ ଭିକିୟା ଗ୍ରାମର ଖଗପତି ଭତରା (୩୪) ଓ ପ୍ରେମ ଭତରା (୩୦)ଙ୍କୁ ଗିରଫ କରାଯାଇ, ପରେ କୋର୍ଟ ଚାଲାଣ କରାଯାଇଛି।ଏହି ଚଢାଉରେ ଡାବୁଗାଁ ସବ୍-ଇନ୍ସପେକ୍ଟର ଶ୍ରୀ ସମୀର କୌଶଲ୍ୟା, ଉମରକୋଟ ଅବକାରୀ ଇନ୍ସପେକ୍ଟର ଶ୍ରୀମତୀ ରଞ୍ଜୁଲତା ବାରିକ ସହିତ ଅନ୍ୟାନ୍ୟ ୬ ଜଣ କନଷ୍ଟେବଲ ସାମିଲ ଥିଲେ।ଉମରକୋଟ ଓ ପାଖପାଖି ଅଞ୍ଚଳରେ ଏପରି ଚଢାଉ ନିୟମିତ ଭାବେ ଚାଲିଥିବା ବେଳେ, ମଦ ବେପାରୀମାନଙ୍କୁ ପୁନଃପୁନି ଚେତାବନୀ ମଧ୍ୟ ଦିଆଯାଉଛି। ଏହାର ପରିଣାମରେ ସ୍ଥାନୀୟ ଲୋକମାନେ ଅବକାରୀ ବିଭାଗର କାର୍ଯ୍ୟକୁ ପ୍ରଶଂସା କରୁଥିବା ସହିତ ଚୋରା ମଦ ବ୍ୟବସାୟୀମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଉଛି।
ନବରଙ୍ଗପୁରରୁ ଦୀପଙ୍କର ଡାକୁଆ
