
ଧରଣୀ ଧର ବିଶ୍ୱବିଦ୍ୟାଳୟ ର ଏନ.ଏସ.ଏସ ବ୍ୟୁରୋ ପକ୍ଷରୁ ଚକ୍ଷୁ ଚିକିତ୍ସା
କେନ୍ଦୁଝର ,କେନ୍ଦୁଝର ଧରଣୀଧର ବିଶ୍ବ ବିଦ୍ୟାଳୟର ଜାତୀୟସେବା ଯୋଜନା (NSS Bureau) କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ଏବଂ ଭୂମିକାଚକ୍ଷୁ ଚିକିତ୍ସାଳୟ ର ମିଳିତ ଆନୁକୂଲ୍ୟରେ ବୋଦାପଳସା ଗ୍ରାମ ପଞ୍ଚାୟତ ପରିସର ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶିବିର ରେ ମୁଖ୍ୟ ଅତିଥି ଭାବେ ଧରଣୀଧର ବିଶ୍ବ ବିଦ୍ୟାଳୟର କୂଳପତି ଡା. ପ୍ରତାପ ଚନ୍ଦ୍ର ମହାନ୍ତି ଯୋଗଦେଇ ମା’ ତାରିଣୀ ଙ୍କ ଫୋଟ ଚିତ୍ର ରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ କରି ଶିବିର ଉଦଘାଟନ କରିଥିଲେ।ଏହି ପଞ୍ଚାୟତ ର ଶଙ୍କରପୁର,ବୋଦାପଳସା,କେନ୍ଦୁଆ,ମହୁଲଡିହା,ଜମୁନାପୋଶି,କବିତ୍ରା,ସଦରପଡା ଆଦି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶିବିର ରେ ଯୋଗ ଦେଇଥିଲେ।ଡା. ମହାନ୍ତି ଜାତୀୟ ସେବାଯୋଜନାର ସମସ୍ତ ବିଦ୍ୟାଳୟର ସ୍ବେଚ୍ଚାସେବୀ ଶିବିର ରୁ ପ୍ରେରଣା ପାଇବେ ବୋଲି କହିଥିଲେ।ପ୍ରତ୍ୟେକ ମହାବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଶିବିର କରାଯାଇ ବରିଷ୍ଠ ନାଗରିକ ମାନଙ୍କୁ ଅନ୍ଧତ୍ବ ଦୂର କରିବା ଏହି ଶିବିର ର ଲକ୍ଷ୍ୟ ବୋଲି ଉପସ୍ଥିତ ସ୍ବୟଂସହାୟଗୋଷ୍ଠୀର ମହିଳାମାନଙ୍କୁ ଜଣାଇଥିଲେ।ଏହାସହ ସେମାନେ “ଅନ୍ଧତ୍ବ ଦୂରିକରଣ” ଅଭିଯାନରେ ନେତୃତ୍ବ ନେବାକୁ ମାର୍ଗଦର୍ଶନ ଦେଇଥିଲେ।କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ସହ ଜାତୀୟ ସେବାଯୋଜନା ମିଳିତ ଏହି କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବାକୁ ଅବଗତ କରିଥିଲେ।ଜାତୀୟ ସେବାଯୋଜନାର ବ୍ୟୁେର ର ସଂଯୋଜିକା ଡା. ସରିତା ନାୟକ ଙ୍କ ମାର୍ଗଦର୍ଶନରେ ତଥା କେନ୍ଦୁଝର ଡେଭଲମେଣ୍ଟଟ୍ରଷ୍ଟ ର ସଂମ୍ପାଦକ ତଥା କେନ୍ଦୁଝର ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ସମାଜସେବୀ ଶ୍ରୀ ଭକ୍ତବତ୍ସଳ ମହାନ୍ତି ଙ୍କ ସଂଯୋଜନାରେ ଜାତୀୟ ସେବା ଯୋଜନା ୩୦ଜଣ ସ୍ବେଚ୍ଛାସେବୀ ଶିବିର ଆୟୋଜନରେ ସହଯୋଗ କରିଥିଲେ।ଡା.ସରିତା ନାୟକ ଅନ୍ଧତ୍ବ ଦୂରିକରଣ ପାଇଁ ଜାତୀୟସେବା ଯୋଜନା ର ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି କହିଥିଲେ।ସାମ୍ବାଦିକ ତଥା ବୋଦାପଳସା ଗ୍ରାମର ଯୁବ ନେତୃତ୍ବ ଶ୍ରୀ ପ୍ରତ୍ୟୁଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ସ୍ବାଗତ ଜଣାଇବା ସହିତ ପ୍ରଶଂସା କରିଥିଲେ।ଭୂମିକା ଚକ୍ଷୁଚିକିତ୍ସାଳୟର କ୍ଷେତ୍ରୀୟ ପରିଚାଳକ ଶ୍ରୀ ରୁଦ୍ରନାରାୟଣ ଲୋହାର ଙ୍କ ନେତୃତ୍ବରେ ଅପଟମ ଶ୍ରୀ ସୟନ ସୁନ୍ଦର ମାଇତି,ବରିଷ୍ଠ ସ୍ବାସ୍ଥ୍ୟସେବିକା ମମତା ପାତ୍ର,ଲକ୍ଷ୍ମୀ ବେହେରା ପ୍ରମୁଖ ୯୨ ଜଣ ବରିଷ୍ଠ ନାଗରିକ ମାନଙ୍କ ଚକ୍ଷୁ ପରିକ୍ଷା କରି ପ୍ରାଥମିକସେବା ପ୍ରଦାନ କରିଥିଲେ।ଏଥିରେ ୨୧ ଜଣ ମତିଆବିନ୍ଧୁ ରୋଗୀ ଚିହ୍ନଟ କରି ୧୫ଜଣ ବରିଷ୍ଠ ନାଗରିକ ଙ୍କୁ ଅସ୍ତ୍ର ପ୍ରଚାର ପାଇଁ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି।ବଦାପଳଶା ଆଞ୍ଚଳିକ ସ୍ବୟଂସହାୟକଗୋଷ୍ଠୀ ର ୪୧ ଜଣ ଅଗ୍ରଣୀ ମହିଳା ଙ୍କୁ ମୋତିଆ ବିନ୍ଦୁ ଚିହ୍ନଟ କରିବା ପାଇଁ ପଞ୍ଚାୟତ ସଭାଗୃହରେ ତାଲିମ ପ୍ରଦାନ କରାଯାଇଛି।ମହାସଂଘର କାର୍ଯ୍ୟକାରୀ ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ,ପଞ୍ଚାୟତନିର୍ବାହୀ ଶ୍ରୀ ରଣଜିତ ମହାନ୍ତ,ଯୁବସ୍ବେଚ୍ଛାସେବୀ ତୁଷାର ସେଠୀ,ସୁଶ୍ରୀ ସଂଙ୍ଗୀତା ପାତ୍ର,ଜ୍ୟୋତିମୟୀ ନାୟକ,ଅନିତା ନାୟକ,ସୁମନ ଗୁପ୍ତା,ଅଞ୍ଜଲି ସାହୁ,ମହାସଂଘର ମହିଳାମାନେ ରୋଗୀମାନଙ୍କୁ ନେବା ଆଣିବା ଓ ଶିବିର ପରିଚାଳନାରେ ସହଯୋଗ କରିଥିଲେ।