ଅଲଗୁରୁ ରହିଦାସ ସିଂ ନାଗଙ୍କୁ ବରପୁତ୍ର ମାନ୍ୟତା ଦାବି।
ଚାନ୍ଦୁଆ ପଞ୍ଚାୟତ ସମିତି ଅଧିନସ୍ତ ମୁଣ୍ଡା ଶାସନ ଗୁଟଗାମ ତରଫରୁ ଆଜି ଚାନ୍ଦୁଆ ଗ୍ରାମର ମୁଣ୍ଡା ସମ୍ପ୍ରଦାୟ ର ଜଣେ ମହାପୁରୁଷ ମୁଣ୍ଡା ଲିପି ର ସ୍ରଷ୍ଟା ଅଲ୍ ଗୁରୁ ରହିଦାସ ସିଂ ନାଗ ଙ୍କ ନାମ ଓଡ଼ିଶା ସରକାରଙ୍କ ବରପୁତ୍ର ତାଲିକା ରେ ନ ଥିବାରୁ ମୁଣ୍ଡା ସମ୍ପ୍ରଦାୟର ଆଦିବାସୀ ମାନେ ଅତ୍ୟନ୍ତ ଦୁଃଖିତ।ଏବଂ ରହି ଦାସ ସିଂ ନାଗ ଙ୍କୁ ବରପୁତ୍ର ମାନ୍ୟତା ଦେବା ସହ ତାଙ୍କ ଜନ୍ମ ସ୍ଥାନ ଚାନ୍ଦୁଆ ଗ୍ରାମର ସାମଗ୍ରୀକ ବିକାଶ, ମୌଳିକ ସୁବିଧାର, ଉନ୍ନତି ଏବଂ ସାମାଜିକ କଲ୍ୟାଣ କାର୍ଯକ୍ରମ ଗୁଡ଼ିକର ସୂଚାରୁ ରୂପେ କାର୍ଯକରିତା ସମ୍ଭବ ହେବ। Bangriposi MLA ସଞ୍ଜଳି ମୁର୍ମୁ ଏବଂ ଚାନ୍ଦୁଆ ପଞ୍ଚାୟତ ସମିତି ର BDO ଜିତେନ୍ଦ୍ର ମୂର୍ମୁ ଙ୍କୁ ମୁଣ୍ଡା ଶାସନ ଗୁଟଗାମ ଜିଲ୍ଲା ଆବାହକ ମନୋରଞ୍ଜନ ସିଂ ଦାବିପତ୍ର ପ୍ରଦାନ କରିଛନ୍ତି , ଉପସ୍ଥିତ ଥିବା, ସୁନ୍ଦର୍ ମୋହନ ସିଂ, ସୁବଦ ଚନ୍ଦ୍ର ସିଂ, ବୁଧୁ ସିଂ, ନବୀନ ଚନ୍ଦ୍ର ସିଂ ବୁଦୁ ରାମ ସିଂ, ପ୍ରଦୀପ କୁମାର ସିଂ, ଯୋଗଦେଇଥିଲେ।
