ସାରସକଣା ବ୍ଲକ ରେ ୧୦୯ ମତଦାନ କେନ୍ଦ୍ରରେ ଭୋଟ ଦେବେ ୭୨୯ ୫୦ ଜଣ ମତଦାତା
______________________
ସାରସକଣା:(୧୩/୭/୨୬):(ନି.ପ୍ର): ମୟୂରଭଞ୍ଜ ଜିଲ୍ଲାର ସାରସକଣା ଏକ ନିର୍ବାଚନ ମଣ୍ଡଳୀ । ଉକ୍ତ ନିର୍ବାଚନ ମଣ୍ଡଳୀ ମଧ୍ୟରେ ରହୁଛି ବିଜାତଳା ବ୍ଲକ୍, ବିଶୋଇ ବ୍ଲକ୍, ସାରସକଣା ବ୍ଳକ ଓ କୁସୁମୀ ବ୍ଳକର ଚାରି ଗୋଟି ପଞ୍ଚାୟତ । ଭାରତ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ(ଏସ୍.ଆଇ. ଆର୍.) ୨୦୨୬ କାର୍ଯ୍ୟକ୍ରମରେ ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ସାରସକଣା ବ୍ଲକ୍ ମଧ୍ୟରେ ପୂର୍ବରୁ ଥିବା ଭୋଟର ସଂଖ୍ୟା ୭୬୯୦୭ ଥିବା ବେଳେ ସେମାନଙ୍କର ମତଦାନ ନିମନ୍ତେ ନିର୍ବାଚନ କମିଶନରଙ୍କ ଦ୍ଵାରା ୯୬ ଗୋଟି ମତଦାନ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପରେ ମୋଟ ୧୩ ଗୋଟି ନୂତନ ମତଦାନ କେନ୍ଦ୍ର ସ୍ଥିର କରାଯାଇ ସର୍ବମୋଟ ୧୦୯ ଗୋଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ସେହିପରି ସୂଚନା ମୁତାବକ ଉକ୍ତ ସାରସକଣା ବ୍ଳକର ୧୭ ଗୋଟି ପଞ୍ଚାୟତରେ ପୂର୍ବରୁ ଭୋଟର ତାଲିକାରେ ୭୬୯୦୭ ଜଣ ଭୋଟର ଥିବା ବେଳେ ବର୍ତ୍ତମାନ ଏସ୍. ଆଇ.ଆର୍. ଯାଞ୍ଚ ପରେ ୩୯୫୭ ଜଣଙ୍କୁ ଭୋଟ ତାଲିକାରୁ ବାଦ୍ ଦିଆଯାଇ ୭୨୯ ୫୦ଜଣଙ୍କୁ ଭୋଟ ଦେବାର ଅଧିକାର ସାବ୍ୟସ୍ତ କରାଯାଇଛି । ବାଦ୍ ଦିଆଯାଇଥିବା ୩୯୫୭ ଭୋଟରଙ୍କ ମଧ୍ୟରେ ମୃତ୍ୟୁ, ସ୍ଥାନାନ୍ତରିତ ଓ ଅନୁପସ୍ଥିତ ଥିବା ଦର୍ଶାଯାଇ ଭୋଟର ତାଲିକାରୁ ବାଦ୍ କରାଯାଇଛି I ସାରସକଣା ବ୍ଲକ୍ ମଧ୍ୟରେ ବର୍ତ୍ତମାନ ରହିଥିବା ୧୦୯ ଗୋଟି ଭୋଟ ଦାନ କେନ୍ଦ୍ର ଗୁଡିକୁ ୮୧ ନମ୍ବର ବୁଥ୍ ରୁ ଆରମ୍ଭ କରାଯାଇ ୧୮୯ ନମ୍ବର ବୁଥ୍ ପର୍ଯ୍ୟନ୍ତ ୧୦୯ ଗୋଟି ବୁଥ୍ ହୋଇଛି । ନୂତନ କରି ହୋଇଥିବା ୧୩ ଗୋଟି ମତଦାନ କେନ୍ଦ୍ର ମଧ୍ୟରେ ଯୋଡା ଜାମ ବୁଥ୍ ନମ୍ବର ୮୨,ବାଲିଯୋଡି ବୁଥ ନଂ:୧୧୦, ସାରସକଣା ବୁଥ ନଂ:୧୬୮,ଖଡି ପାହାଡି ବୁଥ୍ ନଂ:୧୭୮, ଖଡ଼ିଆ ଶୋଳ ବୁଥ ନଂ:୧୩୬, ଝାରପୋଖରିଆ ବୁଥ୍ ନଂ:୧୫୬, ରାମଚନ୍ଦ୍ରପୁର ବୁଥ ନଂ:୧୨୩, ବାଲିଆ ଯୋକା ବୁଥ ନଂ:୧୮୮,ବେଲ୍ ବରିଆ ବୁଥ ନଂ:୧୪୪, ଅଁଳାତଡା ବୁଥ ନଂ:୧୫୦, ତିଳଉ ବୁଥ ନଂ:୮୭, ବାରୁ ବେଡ଼ା ବୁଥ ନଂ:୯୧,ରଜା ଲୋକା ବୁଥ ନଂ:୧୪୮, ପ୍ରଭୁତି କୁ ସ୍ଥାନ ଦିଆ ଯାଇଛି । ପ୍ରସାଶନ ପକ୍ଷରୁ ସାଧାରଣ ଭୋଟରଙ୍କୁ ପ୍ରକାଶିତ ଚିଠା ତାଲିକାରେ ନିଜ ନାମ ଯାଞ୍ଚ କରିବା ସହ କୌଣସି ତ୍ରୁଟି ଥିଲେ କିମ୍ବା ତାଲିକାରେ ନାମ ନ ଥିଲେ ଉକ୍ତ ବ୍ୟକ୍ତି ଗଣ ପ୍ରତି ବୁଥ ଲେବୁଲ୍ ଅଧିକାରୀ, ଅଙ୍ଗନବାଡି କର୍ମୀ ନତୁବା ବ୍ଲକ୍ ପ୍ରସାଶନଙ୍କ ମାଧ୍ୟମରେ ଫର୍ମ-୬ ସହିତ ଡିକ୍ଲାରେସନ ଫର୍ମ ମାଧ୍ୟମରେ ଆସନ୍ତା ଅଗଷ୍ଟ ୨୦୨୬ ଚାରି ତାରିଖ ସୁଧ୍ୟା ଆବେଦନ କରିପାରିବେ ବୋଲି ସାରସକଣା ବ୍ଲକ୍ ଗ୍ରାମପଞ୍ଚାୟତ ଅଧିକାରୀ ରାଜେଶ ବେହେରା ସୂଚନା ପ୍ରଦାନ କରିଛନ୍ତି। ସାରସକଣାରୁ ଅନୀଲ କୁମାର ସାହୁଙ୍କ ରିପୋର୍ଟ ଭଞ୍ଜଦୁତ ଖବର।
