ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବେଲଗୁଣ୍ଠା ତରଫରୁ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ।
ବେଲଗୁଣ୍ଠା-୧୩/୦୭ (ପ୍ରଫୁଲ୍ଲ କୁମାର ମହାରଣା) ପରିବେଶକୁ ସନ୍ତୁଳିତ କରିବା ପାଇଁ ବୃକ୍ଷ ରୋପଣ ନିହାତି ଜରୁରୀ ଥିବାରୁ ବେଲଗୁଣ୍ଠାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗୀତିକାର ମୋତିଲାଲ ପତି, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ପାତ୍ର, ସମାଜସେବୀ ଶୂଳପାଣି ଶତପଥୀ, ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପବିତ୍ର କୁମାର ସାହୁ, ଉପଦେଷ୍ଟା ରବୀନ୍ଦ୍ରନାଥ ରଥ, କୋଷାଧ୍ୟକ୍ଷ ସିଏଚ୍ ରବୀନ୍ଦ୍ରନାଥ ସୁବୁଦ୍ଧି, ବଣିକ ସଂଘର ସଭାପତି ସିଏଚ୍ ସନତ କୁମାର ସୁବୁଦ୍ଧି, ଫରେଷ୍ଟର ପ୍ରିୟଙ୍କା ପାଳ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍. ଭାସ୍କର ପାତ୍ର, ସୂର୍ଯ୍ୟନାରାୟଣ ତ୍ରିପାଠୀ, ତୋଫାନ କୁମାର ସାହୁ, ଦିବ୍ୟ ରଞ୍ଜନ ଦାଶ, ସଞ୍ଜୟ କୁମାର ଜେନା, ସୂର୍ଯ୍ୟ ନାରାୟଣ ପାତ୍ର, ଭି. ଦେବୀ ପ୍ରସାଦ ପାତ୍ର ଉପସ୍ଥିତ ରହି ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ତଥ୍ୟ ରଖିଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ, ପ୍ରଫୁଲ୍ଲ କୁମାର ମହାରଣା, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ର ସମସ୍ତ ସେବାବ୍ରତୀ, ଓ ମାଉସୀ ମାନେ ସହଯୋଗ କରିଥିଲେ। ଲୋହରା ଖଣ୍ଡି ସାହିତ୍ୟ ସଂସଦ ତରଫରୁ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହା ସହିତ ଘୁମୁସରର ଜନଜାତି ମହାନାୟକ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୩ତମ ଜୟନ୍ତୀ ଗତ ଶାମ୍ବ ଦଶମୀ ତିଥିରେ ସରକାର ତାଙ୍କ ଜନ୍ମସ୍ଥାନ ବିଞ୍ଜଗିରିରେ ପାଳନ କରିଛନ୍ତି। କିନ୍ତୁ ଆଜି ବି ଚକରା ବିଷୋୟୀ ଘୁମୁସରବାସୀଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି। ତାଙ୍କ ଜୀବନ ବିଷୟରେ ଛାତ୍ରଛାତ୍ରୀମାନେ ଅବଗତ ହୋଇ ନାହାନ୍ତି। ତେଣୁ ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଏହି ବର୍ଷ ଆରମ୍ଭରୁ ବ୍ଲକର ସମସ୍ତ ବିଦ୍ୟାଳୟରେ ଫଟୋ ଚିତ୍ର ପ୍ରଦାନ କରିଆସୁଛି। ଏହି ପରିପ୍ରେକ୍ଷୀରେ ମହାନ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଫଟୋ ଚିତ୍ର ବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା। ‘ରହିଲେ ବନ, ବଞ୍ଚିବେ ଜନ’ ନାରା ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷରୋପଣ କରାଯାଇଥିଲା।
