*ଅସ୍ପାୟାର କର୍ମଚାରିଙ୍କୁ ଛଟେଇ କରି ଫ୍ଲାଟ ଜମି କିଣିଛି*
*ଛଟେଇ ପ୍ରସଙ୍ଗରେ ମୁହଁ ଖୋଲୁନି ଟାଟା*
ଯାଜପୁର କଳିଙ୍ଗନଗର ଭଞ୍ଜଦୁତ ବ୍ୟୁର : ଗତ ମାର୍ଚ୍ଚ ରେ ରାତିଅଧିଆ ନିଷ୍ପତ୍ତି ନେଇ କାର୍ଯ୍ୟରତ କର୍ମଚାରି ଙ୍କୁ ଛଟେଇ କରିଥିବା ଅସ୍ପାୟାର ବିରୁଦ୍ଧରେ ଟାଟା ଷ୍ଟିଲ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି. ଟାଟା ଓ ଅସ୍ପାୟାରର ଗୁପ୍ତ ଷଡଯନ୍ତ୍ର ପାଖାପାଖି ସାଠିଏ କର୍ମଚାରିଙ୍କ ଦାନା ଛଡେଇ ନେଇଛି. ଏବଂ ଅସ୍ପାୟାରରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ବଢାଇବା ପରିବର୍ତ୍ତେ କାଟିଦେଇଥିବା ଅଭିଯୋଗ ହେଉଛି. ଅଭିଯୋଗ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଅତିରିକ୍ତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଁଚିଛି. ଏହାକୁ ନେଇ ଜିଲ୍ଲା ପ୍ରଶାସନ ତପ୍ତର ଥିବା ବେଳେ ପ୍ରିନିସିପାଲ ଏମ୍ପଲୟି ଭାବେ ଟାଟା ଘଟଣାର କୌଣସି ତଦନ୍ତ ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ତାର ଉତ୍ତର ଦାୟିତ୍ୱ ସଠିକ ଢଙ୍ଗରେ ଲିଭାଉନଥିବା ଅନୁମେୟ ହେଉଛି. ଟାଟା ପାରିପାର୍ଶ୍ଵିକ ଉନ୍ନତି କରୁଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଟାଟା ଷ୍ଟିଲ ସୁକିନ୍ଦା ବ୍ଲକ ଦାନଗଦି ବ୍ଲକର ମାଟିର ମଣିଷ ମାନଙ୍କୁ ଉପେକ୍ଷିତ କରିଛି. ସୁଦୂର ଦିଲ୍ଲୀର ଗୋଟେ ସଂସ୍ଥା ଅସ୍ପାୟାର କୁ ପାରିପାର୍ଶ୍ଵିକ ଉନ୍ନତି ପାଇଁ ଟାଟା କିଭଳି ଚୟନ କଲା ତାହା ଅଞ୍ଚଳବାସି ଙ୍କ ସହ ବୁଦ୍ଧିଜୀବୀ ଙ୍କୁ ବିସ୍ମିତ କରୁଛି. ଟାଟା ସହ ଚୁକ୍ତି କରି ଦଶ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରି ଆସୁଥିବା ଅସ୍ପାୟାର ସୁକିନ୍ଦା ଦାନଗଦିର ପିଲାମାନଙ୍କୁ ଏକ ବର୍ଷିଆ ଚୁକ୍ତି କରି କାର୍ଯ୍ୟ କରେଇବା ଘଟଣା ଟାଟା ର ସ୍ୱଛତା ପ୍ରତି ଅଂଗୁଳି ନିର୍ଦେଶ କରୁଛି. ୟେ ସମ୍ପର୍କ ରେ ଅସ୍ପାୟାର ସଂସ୍ଥା ର ମୁଖ୍ୟ ଦୟାରାମଙ୍କୁ ଦୁଇ ଦିନ ଧରି ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଉନଥିବା ବେଳେ ଟାଟା ଷ୍ଟିଲ ଫାଉଣ୍ଡେସନ କତୃପକ୍ଷ ୟେ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି. ଅସ୍ପାୟାର ସୁଦୂର ଘସିପୁରା ଅଞ୍ଚଳରେ କାର୍ଯ୍ୟ କରୁଥିବା ଜଣେ ବ୍ଲକ କୋର୍ଡିନେଟରଙ୍କୁ ସୁକିନ୍ଦା ପଠାଇ ଅସ୍ପାୟାର କର୍ମଚାରି ଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ଘଟଣାକୁ ଟାଟା ଷ୍ଟିଲ ମୁଣ୍ଡରେ ଲଦି ଦେବାକୁ ବିଭିର୍ଣ୍ଣ ସ୍ଥାନ ବୁଲି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି. ଅସ୍ପାୟାର ନିଜପାଇଁ କେନ୍ଦୁଝର ରେ ଏକ ଜମି କିଣିଥିବା ନେଇ ଅଭିଯୋଗ ହେଉଛି. ଏବଂ ଅସ୍ପାୟାର ର ରାଜ୍ୟ କର୍ଡ଼ିନେଟର ଦାୟିତ୍ୱ ରେ ଥିବା ରବି କୁମାର ଏକ ଫ୍ଲାଟ କିଣିଥିବା ନେଇ ମଧ୍ୟ ଅଭିଯୋଗ ହେଉଛି. ଏଠି ପ୍ରଶ୍ନ ଉଠୁଛି ଅସ୍ପାୟାର ନନ ପ୍ରୋଫିଟି ସଙ୍ଗଠନ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଟାଟା ଷ୍ଟିଲ ପାଖରେ କାମ କରିବା ପରେ ଉକ୍ତ ଜମି ଫ୍ଲାଟ କୋଉଠୁ କିଣିଛି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀଙ୍କ ମତ ଆସୁଛି.ଅସ୍ପାୟାର ଦେଶର ସବୁ ଆଇନ କାନୁନ କୁ ସ୍ପଷ୍ଟ ଉଲଙ୍ଘନ କରି କର୍ମଚାରି ଙ୍କୁ ଛଟେଇ କରି ବେତନ କାଟିଦେଇଛି.ଯାହା ଅଞ୍ଚଳରେ ଆଲୋଚ୍ୟ ବିଷୟ ପାଲଟିଛି. ୟେ ସମ୍ପର୍କ ରେ ଟାଟା ଷ୍ଟିଲ ପ୍ରିନିସିପାଲ ଏମ୍ପଲୟି ହିସାବରେ ଘଟଣାର ନିରୋପେକ୍ଷ ତଦନ୍ତ କରି ଛଟେଇ କର୍ମଚାରି ଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବାକୁଅଞ୍ଚଳବାସିଙ୍କ ପକ୍ଷରୁ ଦାବିହେଉଛି.
