*ନୂଆପଡ଼ା ବିଜେପି କୃଷକ ମୋର୍ଚ୍ଚାର ନୂଆ ଟିମ୍: ରତନ ଲାଲଙ୍କୁ ସଭାପତି ଏବଂ ଯୁବରାଜ ଓ ଟିକେଶ୍ୱରଙ୍କୁ ସମ୍ପାଦକ ଦାୟିତ୍ୱ।*
ନୂଆପଡା (ମିଖାଏଲ ନନ୍ଦ) ତା:୧୨.୦୭.
ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପଦପଦବୀ ନେଇ ଦଳୀୟ କର୍ମୀଙ୍କୁ ଦାୟିତ୍ୱ ପ୍ରଦାନ। ଓଡ଼ିଶା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ନେତୃତ୍ୱରେ ନୂଆପଡ଼ା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଦଳୀୟ କମିଟି ମନୋନୟନ ହୋଇଅଛି। ଏହି କମିଟି ରେ ସଭାପତି ରୂପେ ରତନ ଲାଲ ଚନ୍ଦ୍ରକାର ଏବଂ ସମ୍ପାଦକ ରୂପେ ଯୁବରାଜ ଜଗତ ଏବଂ ଟିକେଶ୍ୱର ସାହୁ ମନୋନୀତ ହୋଇଛନ୍ତି। ସେହିପରି ପାଞ୍ଚ ଜଣ ଲେଖାଏଁ ସମ୍ପାଦକ ଓ ଉପ ସଭାପତି ରୂପେ ମନୋନୟନ । ଜଣେ କୋଷାଧକ୍ଷ ରୂପେ ବ୍ୟାସ ନାରାୟଣ ଅହିର ମନୋନୀତ ହୋଇଛନ୍ତି। ଉପ ସଭାପତି ରୂପେ ଲକ୍ଷ୍ମୀ ନାରାୟଣ ପ୍ରଧାନ, ଲକ୍ଷ୍ନୀ ନାଏକ, କ୍ଷମାନିଧି ପ୍ରଧାନ, ବିଜୟ ବେହେରା, ସମ୍ପାଦକ ରୂପେ ଲୋଚନା ମହାନନ୍ଦ, ପୁରନ୍ଧର ବାଗ, ପ୍ରକାଶ ପ୍ରଧାନ,ପ୍ରତାପ ହୁଆଲ, ଭୂମିକା ସାହୁ, ବ୍ୟାସ ନାରାୟଣ ଆଜିର ପ୍ରମୁଖ ମନୋନୀତ ହୋଇଛନ୍ତି।
