*ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଉଦ୍ଘାଟିତ*
ନୂଆପଡ଼ା(ମିଖାଏଲ ନନ୍ଦ):
ତା-୧୨/୦୭
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୧୦୦ ଶଯ୍ୟା ବିଶିଷ୍ଟ ‘ସହର ଆଦର୍ଶ ଅତ୍ୟାଧୁନିକ ଛାତ୍ରୀନିବାସ’ (Composite Urban Modern Hostel) ଆଜି ଆନୁଷ୍ଠାନିକ ଭାବେ ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଉଦ୍ଘାଟିତ ହୋଇଯାଇଛି।
ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଯୋଗଦେଇ ଏହି ଅତ୍ୟାଧୁନିକ ହଷ୍ଟେଲର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ମଧୁସୂଦନ ଦାଶ, ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଶ୍ରୀ ଉଜ୍ଜ୍ୱଳ ଗୁପ୍ତା ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ନୂତନ ଆତ୍ୟାଧୁନିକ ଛାତ୍ରୀନିବାସ ନିର୍ମାଣ ଦ୍ୱାରା ଅଞ୍ଚଳର ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ। ଏହା ସେମାନଙ୍କୁ ଏକ ସୁରକ୍ଷିତ ଏବଂ ଉନ୍ନତ ଶିକ୍ଷା ପରିବେଶ ଯୋଗାଇବାରେ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। କଲେଜ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଉଦ୍ଘାଟନୀ ଉତ୍ସବରେ ଆନନ୍ଦ ପ୍ରକାଶ କରିଛନ୍ତି।
