*ଖଡ଼ିଆଳରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଉଦଘାଟିତ: ଖେଳାଳିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ*
ନୂଆପଡ଼ା(ମିଖାଏଲ ନନ୍ଦ):
ତା-୧୧/୦୭
ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଦୁଇ ଦିନିଆ “ୟୋନେକ୍ସ-ସନରାଇଜ୍ ନୂଆପଡ଼ା ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍” ଧୂମଧାମରେ ଆରମ୍ଭ ହୋଇଯାଇଛି । ନୂଆପଡ଼ା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ (NDBA) ଆନୁକୂଲ୍ୟରେ ଏବଂ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ (OSBA) ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି ।ଏହି ପ୍ରତିଯୋଗିତା ଜୁଲାଇ ୧୧ ଏବଂ ୧୨ ତାରିଖ (ଶନିବାର ଓ ରବିବାର) ଦୁଇ ଦିନ ଧରି ଚାଲିବ । ଏଥିରେ ବିଭିନ୍ନ ବୟସ ବର୍ଗର ଖେଳାଳିମାନଙ୍କ ପାଇଁ ସ୍ୱତନ୍ତ୍ର ଇଭେଣ୍ଟ ରଖାଯାଇଛି । ଯେଉଁଥିରେ ଅଣ୍ଡର-୧୧ (U/11), ଅଣ୍ଡର-୧୩ (U/13), ଅଣ୍ଡର-୧୫ (U/15), ଅଣ୍ଡର-୧୭ (U/17), ଅଣ୍ଡର-୧୯ (U/19) ଏବଂ ସିନିୟର ବର୍ଗର ଶତାଧିକ ପ୍ରତିଭାବାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡ଼ା ଶୈଳୀ ପ୍ରଦର୍ଶନ କରୁଛନ୍ତି ।ଜିଲ୍ଲାର କ୍ରୀଡ଼ାବିତ୍ମାନଙ୍କୁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିବା ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବା ଏହି ଚାମ୍ପିଅନସିପ୍ର ମୂଳ ଉଦ୍ଦେଶ୍ୟ ବୋଲି ଆୟୋଜକ କମିଟି ପ୍ରକାଶ କରିଛନ୍ତି । ପ୍ରଥମ ଦିନର ଖେଳ ଦେଖିବା ପାଇଁ ଷ୍ଟାଡିୟମ ପରିସରରେ ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ବେଶ୍ ଭିଡ଼ ଜମିଥିଲା ।
