ଶିକ୍ଷାବିତ୍ ପୁରୁଷୋତ୍ତମ ଦାସଙ୍କଏକାଦଶାହରେ ସ୍ମୃତିଚାରଣ ସଭା।
ବନ୍ତ :(ନିପ୍ର) ବନ୍ତ ବ୍ଲକ ଅନ୍ତର୍ଗତ ଗଣିଜାଙ୍ଗ ପଞ୍ଚାୟତର ବିନାୟକପୁର ଗ୍ରାମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ପୁରୁଷୋତ୍ତମ ଦାସଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅତିଥିଗଣ ଉପସ୍ଥିତ ରହି ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶିକ୍ଷାବିତ୍ ଜଗନ୍ନାଥ ପାତ୍ରଙ୍କ ସଭାପତିତ୍ବରେ ହରିହର ପାଣିଗ୍ରାହୀ, ଚତୁର୍ଭୂଜ ପହି , ନାରାୟଣ ଲେଙ୍କା, ଖଗେଶ୍ୱର ପଣ୍ଡା, ମଧୁସୂଦନ ଘଡାଇ, ରତ୍ନାକର ବାଇ, ଭାସ୍କର ଚନ୍ଦ୍ର ପାଢ଼ୀ, ଗୟାଧର ଦାସ, ଉପେନ୍ଦ୍ର ବିଶ୍ଵାଳ, ହୃଷିକେଶ ଗିରି, ରୋହିତ କୁମାର ଜେନା, ଅଲେଖ ଚନ୍ଦ୍ର ନାୟକ, ଅଜୟ କୁମାର ପୃଷ୍ଟି,ଶ୍ରୀକାନ୍ତ ପଣ୍ଡା, ଅରୁଣ ସାହୁ, ରମାକାନ୍ତ ଜେନା, ପଦ୍ମନାଭ ରାଉତ୍, ଜଗନ୍ନାଥ ନାୟକ, ଅଭିମନ୍ୟୁ ନାୟକ, ବିଶ୍ଵନାଥ ସାମଲ, ଅଭୟ ପ୍ରଧାନ, ମାର୍କଣ୍ଡ ନାୟକ, କୈଳାଶ ଚନ୍ଦ୍ର ଚଢ଼େଇ , ରମାକାନ୍ତ ରାଉତ୍, ସମରେନ୍ଦ୍ର ନାୟକ , ରାଜଶ୍ରୀ ନାୟକ, କଳ୍ପନା ରାଉଳ , ତପଶ୍ୱନୀ ପହି ସମେତ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ, ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ ଓ ତାଙ୍କ ଆଦର୍ଶ ଜୀବନଶୈଳୀକୁ ସ୍ମରଣ କରିଥିଲେ। ବକ୍ତାମାନେ କହିଥିଲେ ଯେ, ସେ ଛୟାଳସିଂହ ଖଗେଶ୍ୱର ବିଦ୍ୟାଳୟର ଜଣେ ଆଦର୍ଶ, ନିଷ୍ଠାବାନ ଓ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ତାଙ୍କର ସରଳ ଜୀବନ, କର୍ତ୍ତବ୍ୟନିଷ୍ଠା ଏବଂ ଶିକ୍ଷା ପ୍ରତି ସମର୍ପଣ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ। ସଭା ଆରମ୍ଭରେ ସ୍ୱର୍ଗତ ଆତ୍ମାଙ୍କ ସଦ୍ଗତି କାମନା କରାଯିବା ସହ ଉପସ୍ଥିତ ସମସ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସହଯୋଗ ରେ ଭରତ ଚନ୍ଦ୍ର ଓଝା, ଟୁଟୁ କୁମାର ପାଳ, ରମାକାନ୍ତ ବେହେରା, ରବୀନ୍ଦ୍ର ଜେନା,ପ୍ରଫୁଲ୍ଲ କୁମାର ଦାସ, ଅନୁପମା ଦାସ, ନିରୁପମା ଦାସ, ତିଳୋତ୍ତମା ଦାସ, ଦମୟନ୍ତୀ ଦାସ, ବଳରାମ ଜେନା, ନାରାୟଣ ବେହେରା, ପଞ୍ଚାନନ ପରିଡ଼ା, ସୋମନାଥ ଧଳ, ଅଶୋକ କୁମାର ଗିରି, ଅନିରୁଦ୍ଧ ଜେନା , ଗୌରାଙ୍ଗ ଦାସ ପ୍ରମୁଖ। ଶେଷରେ କଟକର ବିଶିଷ୍ଟ ପ୍ରବଚକ୍ ବଂଶୀଧର ମହାପାତ୍ର, ଦ୍ଵାରା ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
