ଝାରପୋଖରିଆ ପୋଲିସ ଦ୍ବାରା ବେଆଇନ ଧଳା ପଥର ଟ୍ରକ୍ ଜବତ୍
____________________
ସାରସକଣା,(୧୧/୭/୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନସ୍ଥ ଝାରପୋଖରିଆ ଥାନା ର ନୂତନ ଆଇ.ଆଇ. ସି. ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଆକ୍ସନ ମୁଡ଼ରେ ନଜର ଆସିଛନ୍ତି । ବେଆଇନ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି । ଦାୟିତ୍ୱ ଗ୍ରହଣ କରିବା ପରେ ଆଇ.ଆଇ. ସି ସତ୍ୟବ୍ରତ ସାର ବେଆଇନ ଧଳା ପଥର କାରବାର ଉପରେ କାରବାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ ଏକ ବେଆଇନ ଧଳା ପଥର ବୋଝେଇ ଟ୍ରକ ଆସୁଥିବାର କୌଣସି ସୂତ୍ରରୁ ଖବର ପାଇ ନୂତନ ଆଇ.ଆଇ.ସି ଭାବେ ଦାୟିତ୍ୱ ଗ୍ରହଣ କରି ଥିବା ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ ରାତି ସମୟରେ ବାଲିଆସାହି ନିକଟସ୍ଥ ଝାରପୋଖରିଆ ଟୋଲ ଗେଟ ନିକଟରୁ ଟ୍ରକକୁ ଜବତ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ଜବତ ଟ୍ରକ ଟି ର ନମ୍ବର ଡ଼ବ୍ଲ୍ୟୁ ବି ୪୯-୫୩୪୫ ବୋଲି ଜଣା ପଡିଛି । ଉକ୍ତ ଘଟଣାରେ ଥାନାରେ କେସ୍ ନମ୍ବର ୨୦୨/୨୬ରେ ମାମଲା ରୁଜୁ କରି ତଦନ୍ତ ଚାଲୁଛି । ନୂତନ ପୋଲିସ ଅଧିକାରୀଙ୍କ ଉକ୍ତ ପଦକ୍ଷେପକୁ ସାଧାରଣ ଲୋକେ ସ୍ୱାଗତ କରିଛନ୍ତି। ଆଇନ ଶାସନକୁ ସୁଦୃଢ଼ କରିବା ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇବା ସହ ଝାରପୋଖରିଆ ଅଞ୍ଚଳର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଦୃଢ ପଦକ୍ଷେପ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।ସାରସକଣାରୁ ଅନିଲ କୁମାର ସାହୁଙ୍କ ଭଞ୍ଜଦୁତ ଖବର ରିପୋର୍ଟ।
