ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ
ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି
ବରଗଡ଼ : ୧୦.୦୭.(ନି ପ୍ର )ରାଜ୍ୟ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ ହୋଇ ପଡିଥିବା ବେଳେ ବିଜେପି ସରକାର ଙ୍କ ଦ୍ଵାରା ଚଳିତ ବର୍ଷ ଛାତ୍ର ଛାତ୍ରୀ ଙ୍କ ପାଇଁ ଦିଆ ଯାଇଥିବା ପାଠ୍ୟ ପୁସ୍ତକ ରେ ସାଙ୍ଘାତିକ ତ୍ରୁଟି ପରିଲକ୍ଷିତ ହୋଇଛି ।ପିଲା ଙ୍କ ପାଇଁ ଯୋଗାଇ ଦିଆଯାଇଥିବା ପାଠ୍ୟ ପୁସ୍ତକ ରେ ହଜାର ହଜାର ସଂଖ୍ୟା ରେ ତ୍ରୁଟି ରହିଥିବା ବେଳେ ଆମ ରାଜ୍ୟ ଓଡ଼ିଶା ର ଶିକ୍ଷା ବ୍ୟବସ୍ତା ଆଜି ଜାତୀୟ ସ୍ତରରେ ନିନ୍ଦିତ ହୋଇଛି ।ଭୁଲ ବହି ପ୍ରଦାନ କରି ଗଣ ଶିକ୍ଷା ବିଭାଗ ରାଜ୍ୟ ର ଲକ୍ଷାଧିକ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଅନ୍ଧାର କୁ ଠେଲି ଦେଇଛନ୍ତି । ଶିକ୍ଷା ବିଭାଗ ର ଏଭଳି ଅବ୍ୟବସ୍ଥା ବିଚିତ୍ର ପାଠ୍ୟ ପୁସ୍ତକ ପ୍ରଚଳନ ଯୋଗୁଁ ଛାତ୍ର ଛାତ୍ରୀ ମାନେ ଦ୍ଵନ୍ଦ ରେ ରହିଛନ୍ତି ।ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ରାଜ୍ୟ ବିଜେପି ସରକାର ଙ୍କ ଏହି ଅକ୍ଷମଣୀୟ ଅପରାଧ ବିରୁଦ୍ଧ ରେ ବରଗଡ଼ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଅଭିନବ ଢଙ୍ଗ ରେ ପ୍ରତିବାଦ କରାଯାଇଛି । ଜିଲ୍ଲା ବିଜୁ ଯୁବ ଜନତା ଦଳ ର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସହସ୍ରାଧିକ ଯୁବ ଓ ଛାତ୍ର ଛାତ୍ରୀ ଙ୍କ ସହଭାଗିତା ରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ପୂର୍ବତନ ମନ୍ତ୍ରୀ ରୀତା ସାହୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ,ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ , ସୁନନ୍ଦା ପଣ୍ଡା,କିଶୋର ମିଶ୍ର ଅନୁପ ଶତପଥି, କରନ ସିକନ୍ଦର, ରାଜେଶ ଅଗ୍ରଓ୍ବାଲ,ସତ୍ୟ ନାରାୟଣ ପଣ୍ଡା,ଡୁଲୁ ରାଉତ ଗୌରହରି ମିଶ୍ର ଦେବାନନ୍ଦ ଗଡତିଆ ଟିକାୟତ ମହତ୍ତମ ଜୌସ୍ନା ପାଇକ ନିତୁ ମହାନ୍ନା ପ୍ରଫୁଲ୍ଲ ନାଏକ କବିତା ବେହେରା ସୁନିତି ପଣ୍ଡା ଉଦ୍ଧବ ସେଠ ଅଶ୍ବିନି ଭୋଇ ତନ୍ଦନ ଗୁପ୍ତା ସାନିଲ ନାଏକ ଉମେଶ ପଣ୍ଡା ସଂଜିବ କୋହଲି ଅଶ୍ବିନି ସରାଫ ସୁରୁ ପଧାନ ବେଲାର ମେହେର ପ୍ରମୁଖ ବିଜେପି ସରକାର ଙ୍କ ଶିକ୍ଷା ବିରୋଧୀ ନୀତି ବିରୁଦ୍ଧ ରେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତ ପରିବେଷଣ ସହିତ ଝାଲ ମୁଢ଼ି ଓ ଶୁଖୁଆ ଧରି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଇସ୍ତଫା ଦାବି କରିଥିଲେ । ସ୍ଥାନୀୟ ଗାନ୍ଧୀ ଛକ ରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ସିଧାସଳଖ ନିତ୍ଯାନନ୍ଦ ଗଣ୍ଡକୁଂ ପତ୍ର ମାଧ୍ଯମରେ ନୈତିକତା ଦୃଷ୍ଟିରୁ ଇସ୍ତାଫା ପ୍ରଦାନ ସକାଶେ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଏ ଡି ଏମ ମଧୁ ଛନ୍ଦା ସାହୁ ଦାବି ପତ୍ର ଗ୍ରହଣ କରିଥିଲେ ।
